ଯୋଜନାବଦ୍ଧ ଭାବେ ମମିତାଙ୍କୁ ହତ୍ୟା କରିଛି ଗୋବିନ୍ଦ: ଡିଆଇଜି ଦୀପକ କୁମାର

Published: Oct 20, 2021, 3:00 pm IST

ଭୁବନେଶ୍ୱର: କାର ଭିତରେ ହିଁ ମମିତାଙ୍କୁ ହତ୍ୟା କରାଯାଇଛି। ଗତ ୮ ତାରିଖରେ ମମିତାଙ୍କୁ କାରରେ ନେଇ ଆସିଥିଲା ଗୋବିନ୍ଦ ସାହୁ। କାର ଭିତରେ ହିଁ ମମିତାଙ୍କ ସହ ଗୋବିନ୍ଦର ବଚସା ହୋଇଥିଲା। ବଚସା ପରେ କାରରେ ମମିତାଙ୍କୁ ଗୋବନ୍ଦ ହତ୍ୟା କରିଥିବା ସୂଚନା ମିଳିଛି।

ହତ୍ୟା ପରେ ୮ ତାରିଖ ବିଳମ୍ବିତ ରାତିରେ ମୃତଦେହକୁ ପୋତା ଯାଇଥିଲା। ୧୪ ତାରିଖରେ କାରକୁ ଜବତ କରିଥିଲା ପୁଲିସ। ଜବତ କାରରୁ ଗୋଟିଏ ପାଉଁଜି ଓ ପେଟ୍ରୋଲ ଜାର ମିଳିଥିଲା। ଗତକାଲି ମିଳିଥିବା ମୃତଦେହ ନିକଟରୁ ଗୋଟିଏ ପାଉଁଜି ମିଳିଥିଲା। ତେବେ ୬ ତାରିଖରେ ହିଁ ଗାତ ଖୋଳାଯାଇଥିବା ସୂଚନା ମିଳିଛି। ତେଣୁ ମମିତାଙ୍କୁ ହତ୍ୟା ନେଇ ପୂର୍ବରୁ ଗୋବିନ୍ଦ ଯୋଜନା କରିଥିଲା। ପରକ୍ରିୟା ପ୍ରୀତି ପ୍ରଘଟ ଭୟରେ ମମିତାଙ୍କୁ ଗୋବିନ୍ଦ ହତ୍ୟା କରିଛି। ଏନେଇ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ସୂଚନା ଦେଇଛନ୍ତି।

Related posts