Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»କଳାହାଣ୍ଡିର ମମିତା ମିଷ୍ଟ୍ରୀ: ଅଭିଯୁକ୍ତ ଗୋବିନ୍ଦର ସହେଯାଗୀ ଡ୍ରାଇଭରକୁ ଗିରଫ ପରେ କୋର୍ଟ ଚାଲାଣ
ଅପରାଧ

କଳାହାଣ୍ଡିର ମମିତା ମିଷ୍ଟ୍ରୀ: ଅଭିଯୁକ୍ତ ଗୋବିନ୍ଦର ସହେଯାଗୀ ଡ୍ରାଇଭରକୁ ଗିରଫ ପରେ କୋର୍ଟ ଚାଲାଣ

October 22, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ବହୁ ଚର୍ଚ୍ଚିତ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଗୁମର ଖୋଲିବାରେ ଲାଗିଛି। ଏସଂପର୍କରେ ସମ୍ବଲପୁର ଡିଆଇଜି ଡଃ ଦୀପକ କୁମାର ଙ୍କ ନେତୃତ୍ୱରେ ବଲାଙ୍ଗୀର ପୋଲିସ ତରଫର ତନାଘନା ତଦନ୍ତ ଚାଲିଛି।

ଏହି ଘଟଣାର ମୂଖ୍ୟ ଅଭିଯୁକ୍ତ ଗୋବିନ୍ଦର ୱାଗନ ଆର ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀ କୁ ଏହି ଘଟଣାରେ ସହଯୋଗ କରିଥିବା ଅଭିଯୋଗରେ ଗୁରବାର ବଲାଙ୍ଗୀର ପୋଲିସ ଗିରଫ କରି ବଙ୍ଗୋମୁଣ୍ଡା ଜେମଏଫସି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଂଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଜଣାପଡିଛି। ସେହିପରି ଗାତ ଖୋଲିଥିବା ଜେସିବିର ଡ୍ରାଇଭର ପୁଷ୍କର ତାଣ୍ଡି ଓ ଷ୍ଟାଡିୟମର ମୁନସି ଗୁପ୍ତେଶ୍ୱର ଭୋଇ ଙ୍କୁ ରାଜସାକ୍ଷୀ ଭାବେ ଗ୍ରହଣ କରି ପୋଲିସ ଛାଡିଦେଇଥିବା ଜଣାପଡିଛି।

ସେହିପରି ଗୁରବାର ଦିନ ସମ୍ବଲପୁର ଡିଆଇଜି ଡଃ ଦୀପକ କୁମାର ଙ୍କ ସମେତ ବଲାଙ୍ଗୀର ଓ କଳାହାଣ୍ଡି ପୋଲିସ ତରଫରୁ ବହୁ ଚର୍ଚ୍ଚିତ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ସମେତ ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ ତଥା ହଷ୍ଟେଲ ଗୁଡିକ ପରିଦର୍ଶନ କରିଥିଲେ। ଛାତ୍ରୀ ମାନଙ୍କ ହଷ୍ଟେଲ ଭିତରେ ଏକ କୋଠରୀ ରହିଥିବା ଏବଂ ସେଠାକୁ ଅଭିଯୁକ୍ତ ଗୋବିନ୍ଦ ଅନାୟାସରେ ଯାତାୟତ କରୁଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିପାରିଥିବା ପ୍ରକାଶ। ଅନ୍ୟପକ୍ଷରେ ସେହି କଲେଜରେ ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଶାରିରୀକ ଶୋଷଣ କରାଯାଉଥିବା ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଏସବୁ ସଂପର୍କରେ ପୋଲିସ ପକ୍ଷରୁ କେତେଜଣ ଛାତ୍ର ଛାତ୍ରୀ ମାନଙ୍କୁ ଜେରା କରୁଥିବା ପ୍ରକାଶ। ମମିତା ର ନିଖୋଜ ସଂପର୍କି ରେ ପରିବାର ଲୋକେ ଅଭିଯୋଗ ପତ୍ର ଦାଖଲ କରିଥିଲେ ହେଁ ତାହା ଗ୍ରହଣ ନକରି ଫେରାଇଦେଇଥିବା ଅଭିଯୋଗରେ କେଗାଁ ଥାନା ଇନିସପେକ୍ଟର ଡମୁ ପରଜା ଙ୍କୁ ନିଲମ୍ବନ କରାଯାଇଥିବା କଳାହାଣ୍ଡି ଏସପି ଶବଚ୍ଚ ବିବେକ ଙ୍କ ସୂତ୍ରରୁ ପ୍ରକାଶ।

ଅନ୍ୟ ପକ୍ଷରେ କେଗାଁ ଥାନାକୁ ଅଭିଯୁକ୍ତ ଗୋବିନ୍ଦ ସାହୁ ବାଇକ ରେ ଆସି ଆଇଆଇସିଙ୍କ ସହ କଥାବାର୍ତା ହେବାପରେ ମମିତାଙ୍କ ପରିବାର ଲୋକେ ଦେଇଥିବା ଅଭିଯୋଗ ଗ୍ରହଣ କରିନଥିବା ଅଭିଯୋଗ ହେଉଛି। ଏପରିକି ଯେଉଁମାନେ ଗୋବିନ୍ଦର କଳାକାରନାମାକୁ ବିରୋଧ କରୁଥିଲେ ସେମାନଙ୍କୁ ଗୋବିନ୍ଦର ଇଶାରାରେ କେଗାଁ ପୋଲିସ ପକ୍ଷରୁ ଧାରା ୪୧ ଅନୁସାରେ ନୋଟିସ ଦିଆଯାଇ ଛଡାଯାଉଥିବା ମଧ୍ୟ ଅଭିଯୋଗ ହେଉଛି।

ସେହିପରି ମହାଲିଙ୍ଗ ସ୍ଥିତ ସରକାରୀ ଅନୁଦାନ ପ୍ରାପ୍ତ ଯୁକ୍ତ ଦୁଇ କଲେଜ ର ପରିଚାଲନା କମିଟୀ ରେ ଗୋବିନ୍ଦ ସାହୁ ସଭାପତି ଥିବା ବେଳେ ପାଶ୍ୱର୍ରେ ଯୁକ୍ତ ତିନି କଲେଜ ସଂପୂର୍ଣ୍ଣ ବେସରକାରୀ ଭାବେ ଗୋବିନ୍ଦ ସାହୁଙ୍କ ଦ୍ୱାରା ପରିଚାଲିତ ହେଉଥିବା ବେଳେ ସେହି ଯୁକ୍ତ ତିନି କଲେଜ କୋଠାର ଉପର ଅଂଶରେ ସନସାଇନ ପବ୍ଲିକ ସ୍କୁଲ ଚାଲୁଥିବା ଜଣାପଡିଛି। କଲେଜ ପାଇଁ ଆସୁଥିବା ଅନୁଦାନ ଏବଂ ଏହାର ପାଶ୍ୱର୍ରେ ଥିବା ଖେଲପଡିଆକୁ ହିଁ ମିନିଷ୍ଟାଡିୟମ ଭାବେ ନିର୍ମାଣ କରିବା ପାଇଁ ଆସୁଥିବା ଅନୁଦାନ ସବୁ ଗୋବିନ୍ଦ ଦ୍ୱାରା ହିଁ ପରିଚାଲିତ ହେଉଥିବା ଜଣାପଡିଛି।

ମୋଟାମୋଟୀ ଭାବେ ଉକ୍ତ ଶିକ୍ଷାନୁଷ୍ଠାନ ଗୁଡିକର ଗୋବିନ୍ଦ ହିଁ ସର୍ବେସର୍ବା ମାଲିକ ଥିବା ବେଳେ ନିଜ ମନଇଚ୍ଛା ପରିଚାଲିତ କରିବା ସହିତ ଜନୈକା ଶିକ୍ଷୟିତ୍ରୀଙ୍କ ସହିତ ପରକୀୟା ପ୍ରେମ ସଂପର୍କ ଥିବା ଆଲୋଚନା ହେଉଛି। ସେହି ଶିକ୍ଷୟୀତ୍ରିଙ୍କ ମାଧ୍ୟମରେ ଗୋବିନ୍ଦ ବିଭିନ୍ନ ପ୍ରକାର ଅସାମାଜିକ କାରବାର ଚଳାଉଥିବା ଅଭିଯୋଗ ହେଉଛି ଏବଂ ସେସବୁ ର ପ୍ରମାଣ ଭିଡିଓ କ୍ଲିପିଂ ସବୁ ମମିତା ପାଖରେ ଥିବା ହେତୁ ର୍ପମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମମିତାକୁ ହତ୍ୟା କରିଦେଇଥିବା ପୋଲିସ ଆଗରେ ଗୋବିନ୍ଦ ସ୍ୱୀକାର କରିଥିବା ପୋଲିସ ସୂତ୍ରରୁ ପ୍ରକାଶ। ଗୋବିନ୍ଦକୁ ବଲାଙ୍ଗୀର ପୋଲିସ ରିମାଣ୍ଡରେ ଆଣି ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ ପାଇଁ ତଦନ୍ତ କରୁଥିବା ଜଣାପଡିଛି। ହେଲେ ମମିତାର ମୋବାଇଲ ଏବଂ ପେନଡ୍ରାଇଭ ମିଳୁନଥିବା କୁହାଯାଉଛି। କେତେକ ଆପତ୍ତିଜନକ ଭିଡିଓ ଥବା ସନ୍ଦେହରେ ସେସବୁ ଖୋଜା ପଡିଛି। ରିମାଣ୍ଡରେ ଆଣିଥିବା ଅଭିଯୁକ୍ତ ଗୋବିନ୍ଦ ଠାରୁ ସମସ୍ତ ତଥ୍ୟ ଆଦାୟ କରିବାକୁ ପୋଲିସ ଯୋରସୋରରେ ଲାଗିପଡିଥିବା ଜଣାପଡିଛି।

ଅଭିଯୁକ୍ତ ଗୋବିନ୍ଦ କଳାହାଣ୍ଡି କୋର୍ଟ ଚାଲାଣ ସନସାଇନ ପବ୍ଲିକ ସ୍କୁଲ
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026
Latest News

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.