Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଜଙ୍କିଆ: ପାନ ଦୋକନ ପଛପଟୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ଦୋକାନୀ ଗିରଫ
ଅପରାଧ

ଜଙ୍କିଆ: ପାନ ଦୋକନ ପଛପଟୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ଦୋକାନୀ ଗିରଫ

October 25, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜଙ୍କିଆ: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ପୋଲିସକୁ ମିଳିଛି ସଫଳତା। ଏକ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ ଗତକାଲି ଜଙ୍କିଆ ଥାନା ଅନ୍ତର୍ଗତ ରମ୍ଭାବିଲି ଅଞ୍ଚଳରେ ବ୍ରାଉନ ସୁଗାର କାରବାର ଚାଲିଥିବାର କୌଣସି ଏକ ବିଶେଷ ସୂତ୍ରରୁ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଖବର ପାଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ ମିଶ୍ର ଏବଂ ଜଙ୍କିଆ ଥାନା ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ତୁରନ୍ତ ସମ୍ପୃକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ସମୟରେ ପୋଲିସ ଜଣେ ପାନ ଦୋକାନୀଙ୍କୁ କାବୁ କରିବା ସହ ତଲାସି ନେଇଥିଲା। ଦୋକାନୀ ଜଣକ ହେଉଛନ୍ତି ଦିଲୀପ ମଙ୍ଗରାଜ (୩୭)। ତେବେ ତାଙ୍କର ପାନ ଦୋକାନ ପଛପାର୍ଶ୍ୱରୁ ପୋଲିସ ୧୧.୨୪ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଦୋକାନୀଙ୍କ ଠାରୁ ନକଦ ୯୦୦ ଟଙ୍କା ଜବତ କରିଥିଲା। ଜବତ ବ୍ରାଉନସୁଗରର ମୂଲ୍ୟ ୧ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

ଜଙ୍କିଆ ଥାନାରେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୨୪୧/୨୧ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ଜଙ୍କିଆ ଥାନା ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ ସୂଚନା ଦେଇଛନ୍ତି।

ଉକ୍ତ ଚଢ଼ାଉରେ ଆଇଆଇସିଙ୍କ ସମେତ ଏସଆଇ ଭାଗ୍ୟଶ୍ରୀ ବେହରା, ଏଏସଆଇ ଭଗବାନ ନାୟକ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ଆଦି ସାମିଲ ଥିଲେ। ଏସଆଇ ଉମାକାନ୍ତ ସାହୁ ଉକ୍ତ କେସର ତଦନ୍ତ କାରି ଅଧିକାରୀ ଅଛନ୍ତି।

ଅଭିଯୁକ୍ତକୁ ଗିରଫ ଜଙ୍କିଆ ପୋଲିସ ବ୍ରାଉନ ସୁଗାର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବିଜୁବାବୁଙ୍କ ତିରୋଧାନ ଦିବସ: ବିଜୁ ଲିଗାସୀରେ ସାମିଲ୍ ହେଲେ ବହୁ ନେତା

April 17, 2026

୧୭ ସିଆରସିସିଙ୍କ ସାମୂହିକ ଇସ୍ତଫା

April 17, 2026

ହାତୀ ଆକ୍ରମଣରେ ଯୁବକ ମୃତ

April 17, 2026

ପାଖେଇ ଆସୁଛି ମନ୍ତ୍ରମୁଗ୍ଧର ମୁକ୍ତିଲାଭ ଦିବସ

April 17, 2026
Latest News

ଆଜି ବିଜୁବାବୁଙ୍କ ତିରୋଧାନ ଦିବସ: ବିଜୁ ଲିଗାସୀରେ ସାମିଲ୍ ହେଲେ ବହୁ ନେତା

April 17, 2026

୧୭ ସିଆରସିସିଙ୍କ ସାମୂହିକ ଇସ୍ତଫା

April 17, 2026

ହାତୀ ଆକ୍ରମଣରେ ଯୁବକ ମୃତ

April 17, 2026

ପାଖେଇ ଆସୁଛି ମନ୍ତ୍ରମୁଗ୍ଧର ମୁକ୍ତିଲାଭ ଦିବସ

April 17, 2026

ଡାକ୍ତରଙ୍କୁ ମିଳିବ ସୁରକ୍ଷା, ନିଯୁକ୍ତି ହେବେ ସିକ୍ୟୁରିଟି ଅଫିସର୍‌

April 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.