ଆର୍ଯ୍ୟନ୍ ଖାନ୍ ଜେଲରୁ ବାହାରିବେ କି? ଜାମିନ ଆବେଦନ ଉପରେ ଆଜି ଶୁଣାଣି କରିବେ ବମ୍ବେ ହାଇକୋର୍ଟ

Published: Oct 26, 2021, 11:43 am IST

ମୁମ୍ବାଇ: କର୍ଡେଲିଆ କ୍ରୁଜରୁ ଡ୍ରଗ୍ସ ଜବତ ମାମଲାରେ ଗିରଫ ହୋଇଥିବା ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଆଜି ବମ୍ବେ ହାଇକୋର୍ଟରେ ଶୁଣାଣି ହେବ। ଆଜି ଉକ୍ତ ମାମଲାରେ ଗିରଫ ହୋଇଥିବା ଫ୍ୟାଶନ ମଡେଲ ମୁମୁନ ଧାମଚାଙ୍କ ଜାମିନ ଆବେଦନ ଉପରେ ମଧ୍ୟ କୋର୍ଟ ଶୁଣାଣି କରିବେ। ଏହାପୂର୍ବରୁ ଏକ ସ୍ୱତନ୍ତ୍ର ଅଦାଲତ ଆର୍ଯ୍ୟନ୍ ଖାନଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ ଏବଂ କହିଥିଲେ କି ସେ ନିୟମିତ ଭାବେ ଡ୍ରଗ୍ସ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଜଡ଼ିତ ଥିଲେ।

ଏନସିବି ସୂତ୍ର ଅନୁଯାୟୀ, ଜାମିନ ଶୁଣାଣି ପୂର୍ବରୁ ଉଭୟ ଆଫିଡେଭିଟ୍ ଗତକାଲି ଏନସିବିର ପରାମର୍ଶଦାତାଙ୍କ ଦ୍ଵାରା କୋର୍ଟରେ ଦାଖଲ କରାଯାଇଥିଲା। ସାକ୍ଷୀ ତଥା ପଞ୍ଚନାମା ପ୍ରଦର୍ଶନ କରୁଥିବା ବ୍ୟକ୍ତିମାନେ କିପରି ପ୍ରଭାବିତ ହେଉଛନ୍ତି ତାହା ଏନସିବି ହାଇକୋର୍ଟଙ୍କୁ ଜଣାଇବ। ଦ୍ଵିତୀୟରେ ଅନୁସନ୍ଧାନ ଅଧିକାରୀ ସମୀର ୱାନଖେଡେଙ୍କୁ କିପରି ଧମକ ଦିଆଯାଉଛି। ତାଙ୍କୁ ଏବଂ ତାଙ୍କ ପରିବାରକୁ ଟାର୍ଗେଟ କରାଯାଉଛି ଏବଂ ଅନୁସନ୍ଧାନକୁ ପ୍ରଭାବିତ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ଉଲ୍ଲେଖ କରାଯିବ।

Related posts