ଚାଞ୍ଚଲ୍ୟ: ଭୁବନେଶ୍ବରର କଳିଙ୍ଗନଗରରେ ଡବଲ ମର୍ଡର, ପୋଲିସର ଛାନଭିନ୍

Published: Nov 2, 2021, 6:40 pm IST

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ରାଜଧାନୀର କଳିଙ୍ଗ ନଗରରେ ଘଟି ଯାଇଛି ଡବଲ ମର୍ଡର। ଏଥିରେ ଜଣେ ମହିଳା ଏବଂ ତାଙ୍କର ଦଶ ବର୍ଷ ପୁଅକୁ କେହି ହତ୍ୟା କରିଥିବା ଜଣାପଡିଛି। ଶବ ଦୁଇଟି ଘର ଭିତରେ ପଡିରହିଛି।

ସ୍ଥାନିୟ ଲୋକେ ତମାଣ୍ଡୋ ପୋଲିସକୁ ଖବର ଦେବା ପରେ ଏହି ଘଟଣା ଜଣାପଡିଛି। ହେଲେ ଘରେ ଥିବା ମହିଳାଙ୍କ ସ୍ବାମୀ କୁଆଡେ ଫେରାର ଅଛନ୍ତି। ମୃତ ଦେହ ଦୁଇଟିକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ଘଟଣା ଉପରେ ପୋଲିସ ଛାନଭିନ ଆରମ୍ଭ କରିଦେଇଛି।

Related posts