ବାଣପୁର ବାଇପାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ ଚାଳକ ମୃତ

Published: Nov 6, 2021, 11:06 am IST

ବାଣପୁର: ଗତକାଲି ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥ ବିଷ୍ଣୁଡିହ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି l ଯୁବକ ଜଣକ ହେଲେ ଟାଙ୍ଗୀ ଥାନା ସାନରାଉତପଡ଼ା ଗ୍ରାମର ପ୍ରକାଶ ସୁନ୍ଦରାୟ। ତାଙ୍କର ବୟସ 29 ହେବ।

ପ୍ରତ୍ୟକ୍ଷଦର୍ଶିଙ୍କ କହିବା ମୁତାବକ ଯୁବକ ବାଇକରେ ଯାଉଥିବା ବେଳେ ଏକ ଅଜଣା କାର ଟି ପ୍ରକାଶ ଙ୍କୁ ଶକ୍ତ ଧକା ଦେଇଥିଲା। ଏପରିକି କାରଟି ପ୍ରକାଶଙ୍କୁ ପାଖାପାଖି 200 ମିଟର ଘୋଷାଡ଼ି ନେଇଯାଇଥିଲା। ପ୍ରକାଶଙ୍କ ଶରୀରର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ରୋଡ଼ରେ ଛିଟିକି ପଡିଥିବାର ଦେଖାଯାଇଛି। ଖବର ପାଇ ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି।

Related posts