Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଖୋର୍ଦ୍ଧା ଜିଲ୍ଲାରେ ଜାମିନି ବିହୀନ ଗିରଫ ପରୱାନା ସ୍ଵତନ୍ତ୍ର ଅଭିଯାନ: କୋର୍ଟ ଚାଲାଣ ହେଲେ ୫୨୧ ଅଭିଯୁକ୍ତ
ଅପରାଧ

ଖୋର୍ଦ୍ଧା ଜିଲ୍ଲାରେ ଜାମିନି ବିହୀନ ଗିରଫ ପରୱାନା ସ୍ଵତନ୍ତ୍ର ଅଭିଯାନ: କୋର୍ଟ ଚାଲାଣ ହେଲେ ୫୨୧ ଅଭିଯୁକ୍ତ

November 15, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ୫୨୧ ଜଣ ଜାମିନି ବିହୀନ ଗିରଫ ପରୱାନା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଏବଂ ଆରକ୍ଷୀ କେନ୍ଦ୍ରୀୟ ଉପ-ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ମୁତାବକ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି।

ତେବେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଜିଲ୍ଲାର ସମସ୍ତ ଥାନାରେ ଜାମିନି ବିହିନ ଗିରଫ ପରୱାନା ଥିବା ଅଭିଯୁକ୍ତମାନଙ୍କ ଗିରଫ ପ୍ରକ୍ରିୟା ଜାରି ରହିଥିଲା। ଜିଲ୍ଲାର ସମସ୍ତ ଆଇଆଇସି ନଭେମ୍ବର ୫ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଅଭିଯୁକ୍ତମାନଙ୍କ ଗିରଫ ପ୍ରକ୍ରିୟା ଜାରି ରଖିଥିଲେ।

ଏହି ପରିପ୍ରେକ୍ଷୀରେ ବାଲୁଗାଁ ଉପଖଣ୍ଡ ଅଧୀନରେ ଥିବା ବାଣପୁର, ବାଲୁଗାଁ, ଟାଙ୍ଗୀ ଓ ନିରାକାରପୁର ଥାନା ଅଞ୍ଚଳରୁ ସମୁଦାୟ ୩୦୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବାର ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ସୂଚନା ଦେଇଛନ୍ତି। ତନ୍ମଧ୍ୟରୁ ଟାଙ୍ଗୀ ଥାନା ଅଞ୍ଚଳରୁ ସର୍ବାଧିକ ୧୨୦ ଜଣ ଅଭିଯୁକ୍ତ ଗିରଫ ହୋଇଥିବାବେଳେ, ବାଣପୁର ଥାନା ଅଞ୍ଚଳରୁ ୧୧୧, ନିରାକାରପୁର ଥାନା ଅଞ୍ଚଳରୁ ୪୯ ଏବଂ ବାଲୁଗାଁ ଥାନା ଅଞ୍ଚଳରୁ ୨୫ ଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ସେହିଭଳି ଆଦର୍ଶ ଥାନା ଅଞ୍ଚଳରୁ ୭୯ ଜଣ, ସଦର ଥାନାରୁ ୫୫ ଜଣ, ବାଘମାରି ଥାନରୁ ୨ ଜଣ, ବେଗୁନିଆ ଥାନାରୁ ୫୨ ଜଣ, ବୋଲଗଡ ଥାନାରୁ ୪୧ ଜଣ, ଜଙ୍କିଆ ଥାନାରୁ ୪୯ ଜଣ, ନିରାକାରପୁର ଥାନରୁ ୪୯ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଖୋର୍ଦ୍ଧା ଜିଲ୍ଲା ପୋଲିସର ଉକ୍ତ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଅପରାଧୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବାବେଳେ ଆଗାମୀଦିନରେ ସମସ୍ତ ବିଚରାଧୀନ ଥିବା ମାମଲାଗୁଡିକର ଫଇସଲା ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ପୋଲିସ ଏହି ସମୟ ମଧ୍ୟରେ ୫୮୩ ଗୋଟି ଜାମିନି ବିହିନ ଗିରଫ ପରୱାନା ଥିବା ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିବା ବେଳେ ୫୨୧ ଜଣଙ୍କୁ ଗିରଫ କରାଯାଇଛି ଏବଂ ଅବଶିଷ୍ଟ ୬୨ ଗୋଟି ଗିରଫ ପରୱାନା ସମ୍ପୃକ୍ତ କୋର୍ଟକୁ ପଠାଇଦିଆଯାଇଛି।

କୋର୍ଟ ଚାଲାଣ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଖୋର୍ଦ୍ଧା ଜିଲ୍ଲା ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ
Share. Facebook Twitter LinkedIn Email WhatsApp Copy Link

Related Posts

ଏର୍ଣ୍ଣାକୁଲମ୍‌ରେ ୧୧ ହଜାର କୋଟିର ବିକାଶ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

March 12, 2026

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026
Latest News

ଏର୍ଣ୍ଣାକୁଲମ୍‌ରେ ୧୧ ହଜାର କୋଟିର ବିକାଶ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

March 12, 2026

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.