ଜରିପଡ଼ା ଅଞ୍ଚଳର ଜୁଆ ଅଡ୍ଡାରେ ଚଢ଼ାଉ କରି ୧୪ ଜୁଆଡ଼ିଙ୍କୁ ବାନ୍ଧିଲେ ଟାଙ୍ଗୀ ଆଇଆଇସି

Published: Nov 17, 2021, 12:42 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସକୁ ମିଳିଛି ବଡ଼ ସଫଳତା। ଜୁଆ ଆଡ୍ଦାରେ ବଡ ଧରଣର ଚଢାଉ କରି ୧୪ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ପୋଲିସ।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଟାଙ୍ଗୀ ଥାନା ଜରିପଡା ପଞ୍ଚାୟତ ଅନ୍ତର୍ଗତ ପାଣିଦୁଆର ଗ୍ରାମରେ ଜୁଆ ଆଡ୍ଡା ଚାଲିଥିବାର ଖବର ଆଇଆଇସି ବିଜୟ ମଲ୍ଲିକ ପାଇଥିଲେ।  ସଙ୍ଗେ ସଙ୍ଗେ ଏକ ଟିମ ଗଠନ କରି ଛଦ୍ମ ବେଶରେ ଉକ୍ତ ଅଞ୍ଚଳରେ ଆଇଆଇସି ଚଢ଼ାଉ ଆରମ୍ଭ କରିଥିଲେ। ଚଢ଼ାଉ ବେଳେ ୧୪ ଜଣ ଜୁଆଡ଼ି ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୧୧ ଗୋଟି ମୋବାଇଲ, ୬ ଗୋଟି ବାଇକ ଏବଂ ନକଦ ୫୧ ହଜାର ୨ ଶହ ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଟାଙ୍ଗୀ ଥାନାରେ କେସ ନମ୍ବର ୪୪୫/୨୧ ରେ ୩ ଓପିଜି ଅଧିନିୟମ ଅନୁଯାୟୀ ମାମଲା ରୁଜୁ ହେବା ସହ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି।

ସୂଚନା ଥାଉକି ପୂର୍ବରୁ ମଧ୍ୟ ଟାଙ୍ଗୀ ଆଇଆଇସିଙ୍କ ଏକାଧିକ ଚଢ଼ାଉ ଦ୍ୱାରା ଚଣ୍ଡେଶ୍ୱର ବେଣୀପଥର ଅଞ୍ଚଳ ଜୁଆ ମୁକ୍ତ ହୋଇଥିବାବେଳେ କାଲିର ଏହି ଚଢ଼ାଉ ଜୁଆଡ଼ିଙ୍କ ମଧ୍ୟରେ ଆହୁରି ଭୟ ସୃଷ୍ଟି କରିଛି। ତେବେ ଆଗକୁ ମଧ୍ୟ ଟାଙ୍ଗୀ ଥାନା ଅଞ୍ଚଳରେ ଜୁଆଡ଼ିଙ୍କୁ ଏହିପରି ଭାବେ ଦୃଢ଼ ହସ୍ତରେ ଦମନ ଜାରି ରହିବ ବୋଲି ଆଇଆଇସି କହିଛନ୍ତି।

Related posts