Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା: ଦୁଇଟି ଭିନ୍ନ ଭିନ୍ନ ଏନକାଉଣ୍ଟରରେ ପାଞ୍ଚ ଜଣ ଆତଙ୍କବାଦୀ ନିହତ
ଅପରାଧ

ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା: ଦୁଇଟି ଭିନ୍ନ ଭିନ୍ନ ଏନକାଉଣ୍ଟରରେ ପାଞ୍ଚ ଜଣ ଆତଙ୍କବାଦୀ ନିହତ

November 17, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଶ୍ରୀନଗର: ଆଜି ସୁରକ୍ଷାବାହିନୀଙ୍କୁ ଜମ୍ମୁ କାଶ୍ମୀରରେ ଏକ ବଡ଼ ସଫଳତା ମିଳିଛି। ଦୁଇଟି ଭିନ୍ନ ଭିନ୍ନ ଏନକାଉଣ୍ଟରରେ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ହତ୍ୟା କରିଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଆତଙ୍କବାଦୀ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ର କମାଣ୍ଡର ଆଫାକ ସିକନ୍ଦର ବୋଲି ଜଣାପଡିଛି। କୁଲଗାମର ପୁମ୍ବାଇ ଏବଂ ଗୋପାଳପୋରା ଗ୍ରାମରେ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି। ଉଭୟ ସ୍ଥାନରେ ଏପର୍ଯ୍ୟନ୍ତ ଏନକାଉଣ୍ଟର ଚାଲିଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଏହାପୂର୍ବରୁ ନଭେମ୍ବର ୧୫ ତାରିଖରେ ଶ୍ରୀନଗରର ହାଇଦରପୋରାରେ ସୁରକ୍ଷା ବାହିନୀ ଦୁଇଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ପୋଲିସ ଅଧିକାରୀଙ୍କ କହିବାନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ସୁରକ୍ଷା ବାହିନୀ ଦ୍ୱାରା ୧୩୫ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ଉପତ୍ୟକାରେ ୩୮ ଜଣ ବିଦେଶୀଙ୍କ ସମେତ ୧୫୦-୨୦୦ ଆତଙ୍କବାଦୀ ସକ୍ରିୟ ଅଛନ୍ତି।

ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ବିରୋଧରେ ଏକ ବିଶାଳ ଅଭିଯାନ ଚଳାଉଛନ୍ତି। ଆଜି ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାରେ ଲଶ୍କର-ଏ-ତାଇବା ର ଦୁଇ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ନିକଟରୁ ଆଇଏଡି ମଧ୍ୟ ଉଦ୍ଧାର କରାଯାଇଛି। ଆତଙ୍କବାଦୀ ସଂଗଠନ ଲଶ୍କରର ଦୁଇଜଣ ସକ୍ରିୟ ସହଯୋଗୀ ଗିରଫ କରାଯାଇଛି। ଗିରଫ ଆତଙ୍କବାଦୀ ସହଯୋଗୀମାନେ ପୁଲୱାମା ନିବାସୀ ମୀର ବଶିର ଦାର ଏବଂ ଶୋପିଆର ନିବାସୀ ମୁଖତାର ଅହମ୍ମଦ ଭଟ ବୋଲି ଜଣାପଡିଛି।

ଆତଙ୍କବାଦୀ ନିହତ ଏନକାଉଣ୍ଟର ଜମ୍ମୁ କାଶ୍ମୀର ଟିଆରଏଫ ବଡ ସଫଳତା
Share. Facebook Twitter LinkedIn Email WhatsApp Copy Link

Related Posts

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026

ରଥଯାତ୍ରାରେ ପ୍ରବଳ ଭିଡ, ଠେଲାପେଲାରେ ଜଣେ ମୃତ, ଶତାଧିକ ଅସୁସ୍ଥ

July 16, 2026
Latest News

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.