ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା: ଦୁଇଟି ଭିନ୍ନ ଭିନ୍ନ ଏନକାଉଣ୍ଟରରେ ପାଞ୍ଚ ଜଣ ଆତଙ୍କବାଦୀ ନିହତ

Published: Nov 17, 2021, 8:03 pm IST

ଶ୍ରୀନଗର: ଆଜି ସୁରକ୍ଷାବାହିନୀଙ୍କୁ ଜମ୍ମୁ କାଶ୍ମୀରରେ ଏକ ବଡ଼ ସଫଳତା ମିଳିଛି। ଦୁଇଟି ଭିନ୍ନ ଭିନ୍ନ ଏନକାଉଣ୍ଟରରେ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ହତ୍ୟା କରିଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଆତଙ୍କବାଦୀ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ର କମାଣ୍ଡର ଆଫାକ ସିକନ୍ଦର ବୋଲି ଜଣାପଡିଛି। କୁଲଗାମର ପୁମ୍ବାଇ ଏବଂ ଗୋପାଳପୋରା ଗ୍ରାମରେ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି। ଉଭୟ ସ୍ଥାନରେ ଏପର୍ଯ୍ୟନ୍ତ ଏନକାଉଣ୍ଟର ଚାଲିଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଏହାପୂର୍ବରୁ ନଭେମ୍ବର ୧୫ ତାରିଖରେ ଶ୍ରୀନଗରର ହାଇଦରପୋରାରେ ସୁରକ୍ଷା ବାହିନୀ ଦୁଇଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ପୋଲିସ ଅଧିକାରୀଙ୍କ କହିବାନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ସୁରକ୍ଷା ବାହିନୀ ଦ୍ୱାରା ୧୩୫ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ଉପତ୍ୟକାରେ ୩୮ ଜଣ ବିଦେଶୀଙ୍କ ସମେତ ୧୫୦-୨୦୦ ଆତଙ୍କବାଦୀ ସକ୍ରିୟ ଅଛନ୍ତି।

ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ବିରୋଧରେ ଏକ ବିଶାଳ ଅଭିଯାନ ଚଳାଉଛନ୍ତି। ଆଜି ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାରେ ଲଶ୍କର-ଏ-ତାଇବା ର ଦୁଇ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ନିକଟରୁ ଆଇଏଡି ମଧ୍ୟ ଉଦ୍ଧାର କରାଯାଇଛି। ଆତଙ୍କବାଦୀ ସଂଗଠନ ଲଶ୍କରର ଦୁଇଜଣ ସକ୍ରିୟ ସହଯୋଗୀ ଗିରଫ କରାଯାଇଛି। ଗିରଫ ଆତଙ୍କବାଦୀ ସହଯୋଗୀମାନେ ପୁଲୱାମା ନିବାସୀ ମୀର ବଶିର ଦାର ଏବଂ ଶୋପିଆର ନିବାସୀ ମୁଖତାର ଅହମ୍ମଦ ଭଟ ବୋଲି ଜଣାପଡିଛି।

Related posts