କୁଲଗାମରେ ଜଣେ ଆତଙ୍କବାଦୀ ନିହତ, ଲୁଚି ରହିଥିବା ଆତଙ୍କିଙ୍କ ଉପରେ ଅପରେସନ ଜାରି

Published: Nov 20, 2021, 2:03 pm IST

ଶ୍ରୀନଗର: ଜମ୍ମୁ କାଶ୍ମୀରର କୁଲଗାମରେ ଜଣେ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ସଫା କରିଛି। ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଏହି ଆତଙ୍କବାଦୀକୁ ମାରି ଦିଆଯାଇଛି। ନିହତ ଆତଙ୍କବାଦୀକୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ଅନ୍ୟ ଆତଙ୍କବାଦୀମାନେ ମଧ୍ୟ ଏହି ଅଞ୍ଚଳରେ ଲୁଚି ରହିଥିବା ସୂଚନା ମିଳୁଛି।

ବହୁ ସଂଖ୍ୟକ ଯବାନ ଏହି ଅଞ୍ଚଳକୁ ଘେରି ରହିଛନ୍ତି। ଆତଙ୍କବାଦୀମାନେ ଏହି ଅଞ୍ଚଳରୁ ପଳାୟନ ନକରିବା ପାଇଁ ଯବାନମାନେ ସମସ୍ତ ରାସ୍ତା ବନ୍ଦ କରି ଦେଇଛନ୍ତି। ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଯଥାଶୀଘ୍ର ମୃତ କିମ୍ବା ଜୀବନ୍ତ ଧରିବା ପାଇଁ ସୁରକ୍ଷାବାହିନୀ ଉଦ୍ୟମ ଜାରି ରଖିଛି। ଏହାପୂର୍ବରୁ ସୁରକ୍ଷାବାହିନୀକୁ ବୁଧବାର ଦିନ ବଡ଼ ସଫଳତା ମିଳିଥିଲା। ଦୁଇଟି ପୃଥକ ଏନକାଉଣ୍ଟରରେ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାବାହିନୀ ଏନକାଉଣ୍ଟର କରିଥିଲା।

Related posts