ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ଘଟଣା: ପାକିସ୍ତାନରୁ ପଠାଯାଇଥିଲା ଇ-ମେଲ

Published: Nov 25, 2021, 2:03 pm IST

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ଏକ ଧମକପୂର୍ଣ୍ଣ ଇ-ମେଲ ପଠାଯାଇଥିଲା। ଯାହା ପାକିସ୍ଥାନରୁ ଆସିଥିବା କୁହାଯାଉଛି।

ସୂଚନାନୁସାରେ, ଗୁଗୁଲରୁ ଏହି ବିଷୟରେ ସୂଚନା ମଗାଯାଇଥିଲା। ତଦନ୍ତ ବେଳେ ଗୁଗୁଲ କହିଛି ଯେ, ଯେଉଁ ଇମେଲରୁ ଧମକପୂର୍ଣ୍ଣ ମେସେଜ ଆସିଥିଲା, ତାହାର ଆଇପି ଠିକଣା ପାକିସ୍ତାନରୁ ମିଳିଛି। ଗୁଗୁଲ୍ କହିଛି ଯେ, ଆମର କିଛି ଇଏମଇଆଇ ଏବଂ ବୈକଳ୍ପିକ ଇମେଲ୍ ଅଛି ଏବଂ ଏହାସହିତ ବାଙ୍ଗାଲୋର ଆଧାରିତ ଆଇପି ଅଛି। ଆଜି ଅପରାହ୍ନ ସୁଦ୍ଧା ଏହା ଚିହ୍ନଟ ହେବ ବୋଲି ଆଶା କରାଯାଉଛି। ଭାରତୀୟଙ୍କ ସହ ଇମେଲ ପଠାଉଥିବା ବ୍ୟକ୍ତିଙ୍କ ସମ୍ପର୍କ ଅନୁସନ୍ଧାନ କରାଯାଉଛି।

ଉଲ୍ଲେଖନୀୟ କଥା ହେଉଛି, ଗୌତମ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ, ତାଙ୍କୁ ଆଇଏସଆଇଏସ କାଶ୍ମୀର ନାମରେ ମୃତ୍ୟୁ ଧମକ ଦିଆଯାଇଥିଲା। ଏହା ପରେ ବୁଧବାର ତାଙ୍କ ଘରର ସୁରକ୍ଷା ବୃଦ୍ଧି କରାଯାଇଥିଲା। ଡେପୁଟି କମିଶନର ଅଫ୍ ପୋଲିସ୍ (କେନ୍ଦ୍ରୀୟ) କୁ ପଠାଯାଇଥିବା ଅଭିଯୋଗରେ କୁହାଯାଇଛି ଯେ, ମଙ୍ଗଳବାର ରାତି ପ୍ରାୟ ୯.୩୨ ସମୟରେ ଗୌତମ ଗମ୍ଭୀରଙ୍କ ଅଫିସିଆଲ୍ ଇମେଲ୍ ଆଇଏସ୍ କାଶ୍ମୀରରୁ ମୃତ୍ୟୁ ଧମକ ମିଳିଥିଲା। ଅଧିକାରୀମାନେ କହିଛନ୍ତି ଯେ, ଇ-ମେଲରେ ଲେଖାଥିଲା, ଆମେ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ହତ୍ୟା କରିବୁ।

Related posts