
କଟକ: ଦୀର୍ଘ ଦିନରୁ ଫେରାର ଥିବା କୁଖ୍ୟାତ ନିଶା ବେପାରୀ ଶେଖ ଆଜବାହାର କୁ ଓଡିଶା ଏସ ଟି ଏଫ ରାଜସ୍ଥାନ ପୋଲିସ ର ସହାୟତାରେ ସ୍ଥାନୀୟ ଯୋଦ୍ଧପୁର ରୁ ଗିରଫ କରିଛି। ଆଜବାହରଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ଜଣାପଡିଛି। ସେ ବିଭିନ୍ନ ସମୟରେ ସ୍ଥାନ ବଦଳାଇ ପୋଲିସ ଆଖିରେ ଧୂଳିଦେଇ ଲୁଚି ରହୁଥିଲା।
ଆଜବାହାରର ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ବରର ରାଜପୁରରେ ବୋଲି ସୂଚନା ମିଳିଛି। ଗତ ଅଗଷ୍ଟ ମାସରେ ତା ଠାରୁ ପୋଲିସ ଆନୁମାନିକ ୨କିଲୋ ୪୦୨ଗ୍ରାମ ବ୍ରାଉନ ସୁଗର ଜବତ କରିଥିଲା। ସେ ବାଲେଶ୍ୱର, ଜଳେଶ୍ବର ଓ ପଶ୍ଚିମ ବଙ୍ଗ ରେ ତାର ବେଆଇନ ନିଶା କାରବାର ଚଳାଇ ଆସୁଥିଲା।