Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଖଲାଶୁଣି ସଂରକ୍ଷିତ ହିକପାଲି ଗାଁରୁ ୩ କେଜି ଶୁଖା ବାରହା ମାଂସ ସହ ଜଣେ ଗିରଫ
ଅପରାଧ

ଖଲାଶୁଣି ସଂରକ୍ଷିତ ହିକପାଲି ଗାଁରୁ ୩ କେଜି ଶୁଖା ବାରହା ମାଂସ ସହ ଜଣେ ଗିରଫ

December 7, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ବାମରା ବନ୍ୟପ୍ରାଣୀ ବନଖଣ୍ଡର କିସିଣ୍ଡା ଥାନା ଅଂଚଳର ବିଭିନ୍ନ ଗ୍ରାମ ଜଙ୍ଗଲ ମାନଙ୍କରେ ଅବାଧରେ ଜନ୍ତୁ ଶିକାର ହେଉଥିବା ବେଳେ ଜଣେ ପରେ ଜଣେ ଶିକାରୀ ବନବିଭାଗ ହାତରେ ଧରାପଡି ଜେଲ୍ ଯାଉଥିବା ଜଣା ପଡିଛି। ଦିନକୁ ଦିନ ଶିକାରୀ ମାନଙ୍କର ପ୍ରାଦୁର୍ଭାବରେ ବନବିଭାଗର କର୍ମଚାରୀମାନେ ନାକେଦମ୍ ହୋଇପଡୁଛନ୍ତି। ତଥାପି ଶିକାରୀମାନଙ୍କୁୁ ସଫଳତାର ସହ ଧରି କୋର୍ଟ ଚାଲାଣ କରୁଛନ୍ତି ବନବିଭାଗର କର୍ମଚାରୀମାନେ। ଏହା ସତ୍ତ୍ୱେ ବାମରା ବନ୍ୟପ୍ରାଣୀ ବନଖଣ୍ଡରେ ଶିକାରୀମାନେ ନିର୍ଭୟରେ ବୁଲୁଛନ୍ତି ଓ ବାରହା, ହରିଣ ଓ କୁଟୁରା ଭଳି ବନ୍ୟଜନ୍ତୁଙ୍କୁ ଶିକାର କରୁଛନ୍ତି। ବାରହା ମାଂସ ରଖିଥିବା ଅଭିଯୋଗରେ କିସିଣ୍ଡା ବନ୍ୟପ୍ରାଣୀ ବିଭାଗର ହିକପାଲିରୁ ବାରହା ମାଂସ ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ବନବିଭାଗ।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ କିସିଣ୍ଡା ଥାନା ହିକପାଲି ଗ୍ରାମର ଜନୈକ ବ୍ୟକ୍ତି ବାରହା ମାଂସ ଶିକାର କରି ତାକୁ ଶୁଖାଇ ରଖିଥିବା ବନବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ବନବିଭାଗର ଏକ ଟିମ୍ ସେଇ ଗ୍ରାମକୁ ଯାଇ ଡିଲେଶ୍ୱର ବେହେରାଙ୍କ ଘରେ ଚଢଉ କରିଥିଲା। ଚଢଉ ସମୟରେ ତା ଘରୁ ୩ କେଜି ଶୁଖିଲା ବାରହା ମାଂସ ଜବତ କରିବା ସହ ଏକ ଟାଙ୍ଗିଆକୁ ମଧ୍ୟ ଜବତ କରିଥିଲା। ବାରହା ମାଂସ ରଖିବା ଅଭିଯୋଗରେ ଡିଲେଶ୍ୱର ବେହେରାକୁ ବନବିଭାଗ ଗିରଫ କରି ଆଣିଥିଲା। ଆଜି ଅଭିଯୁକ୍ତ ଡିଲେଶ୍ୱର ବେହେରାକୁ କୋର୍ଟ ଚାଲାଣ କରାଯାଇଥିବା ବନବିଭାଗ କହିଛି।

ଏହି ଚଢଉରେ କିସିଣ୍ଡା ରେଞ୍ଜ ଅଧିକାରୀ ରବିନ୍ କିସ୍‌କୋ, ଫରେଷ୍ଟର ଭୁବନେଶ୍ୱର ପାଣି, ହିକପାକି ବିଟ୍ ର ଫରେଷ୍ଟ ଗାର୍ଡ ନିହାର ରଞନ ବଡପଣ୍ଡା ତଥା ଅନ୍ୟ କର୍ମଚାରୀମାନେ ସାମିଲ୍ ହୋଇଥିଲେ।

ସୂଚନା ଥାଉକି ଗତ ନଭେମ୍ବର ମାସ ୧୧ ତାରିଖରେ, ଖଲାଶୁଣି ଅଭୟାରଣ୍ୟର ହିକପାଲି ବିଟ୍ ଅନ୍ତର୍ଗତ କେନ୍ଦୁମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ଗୁଳା ପକାଇ ବାରହା ମାରି ତାର ମାଂସକୁ କାଟୁ ଥିବା ସମୟରେ ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ସେଇ ଜଙ୍ଗଲକୁ ଯାଇ ଚଢଉ କରିଥିଲା। ଚଢଉ କରି ସେମାନଙ୍କ ପାଖରୁ ୨୧ କେଜି ବାରହା ମାଂସ ସହ ଟାଙ୍ଗିଆ , କଟୁରୀ ଆଦି ଜବତ କରିଥିଲା। କିସିଣ୍ଡା ଥାନା ଜେମାଯୁରୀ ଗ୍ରାମର ସୁରେଶ ଖାଲକୋ (୪୨) ଏବଂ ଭଗବାନ କିସାନ (୨୬) ଙ୍କୁ କୋର୍ଟଚାଲାଣ କରିଥିଲା ବନବିଭାଗ।

ଜଣେ ଗିରଫ ବାରହା ମାଂସ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026
Latest News

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.