ଜମ୍ମୁ କାଶ୍ମୀରର ବାନ୍ଦିପୋରାରେ ଆତଙ୍କବାଦୀ ଆକ୍ରମଣ: ଦୁଇ ପୋଲିସ ସହିଦ

Published: Dec 10, 2021, 8:58 pm IST

ଶ୍ରୀନଗର: ଜମ୍ମୁ କାଶ୍ମୀରର ବାନ୍ଦିପୋରାର ଗୁଲଶାନ ଚୌକରେ ଆତଙ୍କବାଦୀମାନେ ପୋଲିସ କର୍ମଚାରୀଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଦୁଇ ଜଣ ପୋଲିସ ସହିଦ ହୋଇଛନ୍ତି। ଜମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ ଆତଙ୍କବାଦୀ ଆକ୍ରମଣରେ ମହମ୍ମଦ ସୁଲତାନ ଏବଂ ଫୟାଜ ଅହମ୍ମଦ ଆହତ ହୋଇଥିଲେ। ଏହା ପରେ ଉଭୟଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଏହି ଅଞ୍ଚଳକୁ କର୍ଡନ କରାଯାଇଛି ବୋଲି କାଶ୍ମୀର ଜୋନ୍ ପୋଲିସ କହିଛି।

ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ, ଉତ୍ତର କାଶ୍ମୀରର ବାନ୍ଦିପୁର ଅଞ୍ଚଳରେ ପୋଲିସ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ମୁଁ ନିନ୍ଦା କରୁଛି। ଏହି ଆକ୍ରମଣରେ ଜମ୍ମୁ କାଶ୍ମୀର ପୋଲିସର କର୍ମଚାରୀ ମହମ୍ମଦ ସୁଲତାନ ଏବଂ ଫାୟାଜ ଅହମ୍ମଦ ପ୍ରାଣ ହରାଇଛନ୍ତି। ଭଗବାନ ସେମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ସେମାନଙ୍କ ପରିବାରକୁ ଶକ୍ତି ଦିଅନ୍ତୁ।

ଏହାପୂର୍ବରୁ ଡିସେମ୍ବର ୮ ତାରିଖରେ ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀଙ୍କୁ ନିହତ ହୋଇଥିଲେ।

Related posts