ଜଙ୍କିଆରେ ଅବକାରୀ ବିଭାଗର ଚଢ଼ାଉ: ଗଞ୍ଜେଇ ଜବତ, ଜଣେ ଗିରଫ

Published: Dec 22, 2021, 3:25 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ଜଣେ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି। କମାଗୁରୁ ଗ୍ରାମରେ ଗଞ୍ଜେଇ କାରବାର ହେଉଥିବାର ପୂର୍ବରୁ ଟାଙ୍ଗୀ ଅବକାରୀ ବିଭାଗ ଖବର ପାଇଥିଲା। ଏହି ପରିପ୍ରେକ୍ଷୀରେ ଆଜି ଟାଙ୍ଗୀ ଅବକାରୀ ଅଧିକାରୀ ଆଲୋକ ପ୍ରଧାନଙ୍କ ନେତୃତ୍ୱରେ ଉକ୍ତ ଗ୍ରାମରେ ଚଢ଼ାଉ କରାଯାଇଥିଲା। ଏହି ଚଢାଉରେ ଜଣେ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିବା ସହ ତାଙ୍କ ନିକଟରୁ ୧ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା। ଗିରଫ ଅଭିଯୁକ୍ତ ଜଣକ ହେଲେ କୃଷ୍ଣ ଚନ୍ଦ୍ର ମଙ୍ଗରାଜ (୪୯)।

ଅଭିଯୁକ୍ତଙ୍କ ବିରୋଧରେ ୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ପିଆର ନମ୍ବର ୫୯/୨୧-୨୨ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ ସୂଚନା ଦେଇଛନ୍ତି।

Related posts