ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗ: ରାମେଶ୍ୱର ଛକରୁ ଅଭିଯୁକ୍ତଙ୍କୁ ବାନ୍ଧିଲା ଟାଙ୍ଗି ଅବକାରୀ ବିଭାଗ

Published: Jan 12, 2022, 3:23 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଗଞ୍ଜେଇ ଚୋରା ଚାଲାଣ କରିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଛକରୁ ଉକ୍ତ ଅଭିଯୁକ୍ତଙ୍କୁ ଟାଙ୍ଗୀ ଅବକାରୀ ବିଭାଗ ଗିରଫ କରିଛି।

ଖବର ମୁତାବକ ଆଜି ସକାଳେ ରାମେଶ୍ୱର ଛକରେ ଜଣେ ଗଞ୍ଜେଇ ବେପାରୀ ଗଞ୍ଜେଇ ନେଇ ପୁରି ଅଭିମୁଖେ ଯାଉଥିବାର ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ ଖବର ପାଇଥିଲେ। ସଙ୍ଗେ ସଙ୍ଗେ ଟାଙ୍ଗୀ ଅବକାରି ସବ ଇନ୍ସପେକ୍ଟର ସୁନିତା ଦଳେଇଙ୍କ ସହ ସମ୍ପୃକ୍ତ ସ୍ଥାନରେ ଚଢ଼ାଉ କରି କନ୍ଧମାଳ ଜିଲ୍ଲା କାଲିମୁଣ୍ଡା ଅଞ୍ଚଳର ଜନେକ ଦିଗଲ ନାମକ ଅଭିଯୁକ୍ତଙ୍କୁ ଶ୍ରୀ ପ୍ରଧାନ ଗିରଫ କରିଥିଲେ। ତାଙ୍କ ନିକଟରୁ ୮ କେଜି ଗଞ୍ଜେଇ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୮୦ ହଜାର ହେବ ବୋଲି ଜଣାପଡିଛି।

ଗିରଫ ଅଭିଯୁକ୍ତଙ୍କ ବିରୋଧରେ ୨୦ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ପିଆର ନମ୍ବର ୯୦/୨୧-୨୨ ରେ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚଲାଣ କରାଯାଇଛି।

Related posts