ଥାନା ସାମ୍ନାରେ ମହିଳାକୁ ଆକ୍ରମଣ: ଭଉଣୀକୁ ହତ୍ୟା କଲା କାକା ପୁଅ ଭାଇ

Published: Jan 19, 2022, 7:22 pm IST

କନ୍ଦର୍ପ ବେହେରା

ରେଢାଖୋଲ: ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ସମ୍ମୁଖରେ ଜଣେ ମହିଳାକୁ କାକା ପୁଅ ଭାଇ ହତ୍ୟା କରି ଫେରାର୍ ହୋଇଥିବା ଭଳି ଏକ ଖବର ହସ୍ତଗତ ହୋଇଛି।

ଖବରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଲୋଇସିଂହ ଗ୍ରାମର କୁମାରୀ ମେହେର (୩୨) ଆଜି ଅପରାହ୍ନ ପାଖାପାଖି ୬ ଟା ସମୟରେ କିସିଣ୍ଡା ଥାନାକୁ ଆସୁଥିବା ବେଳେ ନିଜ କାକା ପୁଅ ଭାଇ ଥାନା ସମ୍ମୁଖରେ ଏକ ଟାଙ୍ଗିଆରେ ହତ୍ୟା କରି ଫେରାର୍ ହୋଇଯାଇଥିବା ଜଣା ପଡିଛି।

କୁମାରୀର ଭାଇ ପଛେ ପଛେ ଆସୁଥିବା ବେଳେ କାକା ପୁଅ ହତ୍ୟା କରି ଫେରାର୍ ହୋଇଯାଇଥିଲା। କିସିଣ୍ଡା ପୋଲିସ୍ ଏହାର ତଦନ୍ତ କରୁଥିବା ଜଣା ପଡିଛି। କେଉଁଥି ପାଇଁ ଏହି ହତ୍ୟା କାଣ୍ଡ ଘଟିଛି କିଛି ବି ଜଣା ପଡି ନ ଥିବା ବେଳେ ଏହା ପାରିବାରିକ କଳହରୁ ହତ୍ୟା ହୋଇଥିବା ଅନୁମାନ କରାଯାଉଛି।

Related posts