
ସୀତାରାମ ଅଗ୍ରୱାଲ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଜଙ୍ଗଲ ମଧ୍ୟରୁ ଚଢ଼ାଉ କରି ଜବତ କରିଛି ଲକ୍ଷାଧିକ ଟଙ୍କାର ଆସ୍କା-୪୦ ମଦ। ଖବର ମୁତାବକ ଆଜି ରାତିରେ ନୟାଗଡ଼ ଅଞ୍ଚଳରୁ ବାଲୁଗାଁ ଅଭିମୁଖେ ଆସ୍କା-୪୦ ମଦ ବୋଝେଇ ଦୁଇ ଗୋଟି ଆଇଚର ଏବଂ ୪୦୭ ଟ୍ରକ ଆସୁଥିବାର ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଖବର ପାଇଥିଲା।
ଉକ୍ତ ଟିମ ଦ୍ୱାରା ନାଚୁଣୀ ଜଙ୍ଗଲ ମଧ୍ୟରେ ଚଢ଼ାଉ କରାଯାଇଥିଲା। ତେବେ ଦୁଇ ଗୋଟି ଟ୍ରକରେ ପାଖାପାଖି ଏକ ହଜାର ଗୋଟି ଆସ୍କା-୪୦ ପେଟି ଥିବା ଅନୁମାନ କରାଯାଉଛି। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ତେବେ ଘଟଣାସ୍ଥଳରୁ ଜଣେ ଡ୍ରାଇଭର ଗିରଫ ହୋଇଥିବା ବେଳେ ଅନ୍ୟ ଗାଡିର ଡ୍ରାଇଭର ଫେରାର ଥିବା ଜଣାପଡିଛି।
ତେବେ ବର୍ତ୍ତମାନ ତଦନ୍ତ ପ୍ରକ୍ରିୟା ଜାରି ରହିଥିବାର ସୂଚନା ରହିଛି। ତଦନ୍ତ ସରିଲା ପରେ ଅବକାରୀ ବିଭାଗ ଦ୍ୱାରା ସଠିକ ତଥ୍ୟ ପ୍ରଦାନ କରାଯିବ ବୋଲି ଜଣାପଡିଛି।