୨୦ ଜଣ ଭାରତୀୟଙ୍କୁ ମୁକ୍ତ କଲା ପାକିସ୍ତାନ, ଆହୁରି ବନ୍ଦୀ ଅବସ୍ଥାରେ ଅଛନ୍ତି ୫୬୮ ମତ୍ସ୍ୟଜୀବୀ

Published: Jan 24, 2022, 2:34 pm IST

ନୂଆଦିଲ୍ଲୀ: ସାମୁଦ୍ରିକ ସୀମାରେ ୱାଘା ସୀମା ଦେଇ ପାକିସ୍ତାନକୁ ପ୍ରବେଶ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ୨୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନ ହସ୍ତାନ୍ତର କରିବ। ପାକିସ୍ତାନର ଜଣେ ବରିଷ୍ଠ ଜେଲ ଅଧିକାରୀ ଏହି ସୂଚନା ଦେଇଛନ୍ତି। କରାଚିର ଲାଣ୍ଡି ଜେଲରେ ରଖାଯାଇଥିବା ମତ୍ସ୍ୟଜୀବୀମାନେ ରବିବାର ଦିନ ଭାରତର ଗଣତନ୍ତ୍ର ଦିବସ ପୂର୍ବରୁ ମାନବିକତା ଦୃଷ୍ଟିରୁ ମୁକ୍ତ ହୋଇଛନ୍ତି। ଏହି ମୁକ୍ତ ମତ୍ସ୍ୟଜୀବୀମାନେ ପାକିସ୍ତାନୀ ସୀମାକୁ ବେଆଇନ ଭାବେ ପ୍ରବେଶ କରିବା ଏବଂ ବିନା ଅନୁମତିରେ ମାଛ ଧରିବା ପାଇଁ ଗିରଫ ହୋଇଥିଲେ। ତାଙ୍କୁ ସାମାଜିକ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ‘ଇଧୀ ଫାଉଣ୍ଡେସନ’ ଦ୍ୱାରା ଲାହୋରକୁ ନିଆଯାଇଥିଲା।

ପାକିସ୍ତାନୀ ଜେଲରେ ଚାରି ବର୍ଷ ବିତାଇଥିବା ମତ୍ସ୍ୟଜୀବୀ ଭାବେଶ ଭିକା କହିଛନ୍ତି ଯେ, ସେ ଯାଉଥିବା ଡଙ୍ଗାଟି ଭାସିଯାଇ ପାକିସ୍ତାନୀ ଜଳ ଭିତରକୁ ପ୍ରବେଶ କରିଥିଲା। “ଆମ ପାଖରେ ଜାଣିବାର କୌଣସି ଉପାୟ ନଥିଲା ଯେ ଆମେ ପାକିସ୍ତାନୀ ସୀମା ଅତିକ୍ରମ କରିଛୁ।

ସାମୁଦ୍ରିକ ସୀମା ଉଲ୍ଲଂଘନ କରି ପାକିସ୍ତାନ ଏବଂ ଭାରତ ପରସ୍ପରର ମତ୍ସ୍ୟଜୀବୀଙ୍କୁ ଗିରଫ କରିବାରେ ଲାଗିଛନ୍ତି।

ତେବେ ଏହି ୨୦ ଜଣ ଭାରତୀୟ ମତ୍ସ୍ୟଜୀବୀ ମୁକୁଳିବା ପରେ ବର୍ତ୍ତମାନ ଏହି ଜେଲରେ ୫୬୮ ଜଣ ଭାରତୀୟ ମତ୍ସ୍ୟଜୀବୀ ଥିବା ପାକିସ୍ଥାନ ପକ୍ଷରୁ କୁହାଯାଇଛି।

ଭାରତ ଏବଂ ପାକିସ୍ଥାନ ଚଳିତ ବର୍ଷ ପ୍ରାରମ୍ଭରେ ବନ୍ଦୀମାନଙ୍କ ତାଲିକା ବିନିମୟ କରିଥିଲେ, ଯାହା ଅନୁଯାୟୀ ଅତି କମରେ ୬୨୮ ଜଣ ଭାରତୀୟ ବନ୍ଦୀ ପାକିସ୍ତାନରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୫୭୭ ଜଣ ମତ୍ସ୍ୟଜୀବୀ ଅଟନ୍ତି। ଭାରତ ପାକିସ୍ତାନ ସହ ୩୫୫ ଜଣ ପାକିସ୍ତାନୀ ବନ୍ଦୀଙ୍କ ତାଲିକା ବାଣ୍ଟିଛି, ସେଥିମଧ୍ୟରୁ ୭୩ ଜଣ ମତ୍ସ୍ୟଜୀବୀ।

Related posts