ଆମ୍ବୁଲାନସ ଧକ୍କାରେ ପ୍ରାଣ ହରାଇଲେ ସାଇକେଲ ଆରୋହୀ: ଚଣ୍ଡେଶ୍ୱର ଛକରେ ଉତ୍ତେଜନା

Published: Jan 28, 2022, 2:17 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଆମ୍ବୁଲାନସ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ଚଣ୍ଡେଶ୍ୱର ଗ୍ରାମ ଇନ୍ଦିରା କଲୋନୀର କୁବେର ନାୟକ (୫୦) ସାଇକେଲ ଯୋଗେଁ ପେଟ୍ରୋଲ ପମ୍ପ ପାଖରୁ ଓମଫେଡ୍ କଂପାନୀ ନିକଟକୁ ଯିବା ପାଇଁ ରାସ୍ତା ଅତିକ୍ରମ କରୁଥିଲେ। ହେଲେ ହଠାତ ମୃତଦେହ ନେଇ ପଶ୍ଚିମବଙ୍ଗ ଯାଉଥିବା ଏକ ଆମ୍ବୁଲାନସ କୁବେରଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଖଵର ପାଇ ଉତ୍ୟକ୍ତ ସ୍ଥାନୀୟ ଲୋକେ କ୍ଷତି ପୂରଣ ସହ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ଦାବିରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ତେବେ କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନା ଏବଂ ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସକୁ ଜବତ କରିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଜାତୀୟ ରାଜପଥ ଅବରୋଧରୁ ହଟିଥିଲେ ଗ୍ରାମବାସୀ।

Related posts