ଅସଦୁଦ୍ଦିନ ଓୱାଇସିଙ୍କ ବଡ ଅଭିଯୋଗ: କାର ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଲେ ଦୁର୍ବୃତ୍ତ

Published: Feb 3, 2022, 7:08 pm IST

ଲକ୍ଷ୍ନୌ: ଅଲ ଇଣ୍ଡିଆ ମଜଲିସ୍-ଇ-ଇତ୍ତେହାଦୁଲ ମୁସଲିମନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଦାବି କରିଛନ୍ତି ଯେ, ମେରଠରୁ ଫେରୁଥିବା ସମୟରେ ତାଙ୍କ ଗାଡି ଉପରକୁ ଗୁଳି ଚଳାଯାଇଛି। ଗାଡିରେ ଲାଗିଥିବା ଗୁଳି ଚିହ୍ନକୁ ସାର୍ବଜନୀନ କରି ସେ କହିଛନ୍ତି ଯେ, କିଛି ସମୟ ପରେ ମୋ ଗାଡି ଛିଜାରସୀ ଟୋଲ୍ ଗେଟ୍ ଠାରେ ତାଙ୍କ ଗାଡି ଉପରକୁ ଗୁଳି ଚଳାଯାଇଛି। ତାଙ୍କ କାର ଉପରକୁ ୪ ରାଉଣ୍ଡ ଗୁଳି ଚଳାଯାଇଯାଇଥିଲା। ଅସାଦୁଦ୍ଦିନ ଓୱାଇସି ଆହୁରି ମଧ୍ୟ କହିଛନ୍ତି ଯେ, ଆକ୍ରମଣକାରୀଙ୍କ ମଧ୍ୟରେ ୩ ରୁ ୪ ଜଣ ଲୋକ ସମ୍ପୃକ୍ତ ଥିଲେ। ସମସ୍ତେ ଅସ୍ତ୍ରଶସ୍ତ୍ର ଛାଡି ସେଠାରୁ ଫେରାର ହୋଇଯାଇଥିଲେ। ମୋ କାର୍ ର ଟାୟାରରୁ ପଞ୍ଚର ହୋଇଯାଇଥିଲା। କିନ୍ତୁ ମୁଁ ଅନ୍ୟ ଏକ କାରରେ ବସି ସେଠାରୁ ବାହାରିଲି। ଆମେ ସମସ୍ତେ ଏବେ ସୁରକ୍ଷିତ ଅଛୁ।

କାରରେ ଗୁଳି ଚଳାଇବାର ସୂଚନା ପାଇବା ମାତ୍ରେ ଏକ ବ୍ୟାଚ୍ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଇଜି ମେରଠଙ୍କ ଅନୁଯାୟୀ ଟୋଲ ପ୍ଲାଜାରେ ଓୱାଇସି ସମର୍ଥକଙ୍କ ସହ କଳହ ସମ୍ପର୍କରେ ସୂଚନା ମିଳିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଗୁଳି ବିନିମୟ ହେବାର କୌଣସି ଘଟଣା ସାମ୍ନାକୁ ଆସିନାହିଁ। ଯାହା ଦାବି ହେଉଛି ସେ ସମ୍ବନ୍ଧରେ ଆମେ ସିସିଟିଭି କ୍ୟାମେରା ଯାଞ୍ଚ କରୁଛୁ। ତଦନ୍ତ ପରେ ସତ୍ୟତା ହିଁ ଜଣା ପଡିବ।

Related posts