Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁରରେ ପ୍ରାକ ନିର୍ବାଚନୀ ହିଂସା: ଆହତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ଵର ସ୍ଥାନାନ୍ତରିତ
ଅପରାଧ

ବାଣପୁରରେ ପ୍ରାକ ନିର୍ବାଚନୀ ହିଂସା: ଆହତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ଵର ସ୍ଥାନାନ୍ତରିତ

February 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ପ୍ରାକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାପାଇଁ କିଛି ବ୍ୟକ୍ତି ଜଣେ ପରିବାରକୁ ଧମକାଇବା ଏବଂ ଏଥିରେ ରାଜି ନହେବାରୁ ପରବର୍ତ୍ତୀ ସମୟରେ ପରିବାର ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ ଗତକାଲି ରାତିରେ ରାଣୀପଡ଼ା ଗ୍ରାମର ମମତା ତରେଇଙ୍କ ଘରେ କିଛି ବ୍ୟକ୍ତିମାନେ ଯାଇ ତାଙ୍କ ପରିବାର ଥାନାରେ ଦେଇଥିବା ପୁରୁଣା ମାମଲାକୁ ପ୍ରତ୍ୟାହାର କରିବା ପାଇଁ କହିଥିଲେ ଏବଂ ଏଥିପାଇଁ ଯାହା ପଇସା ସେମାନେ କହିବେ ତାଙ୍କୁ ଦିଆଯିବ ବୋଲି କହିଥିଲେ। ଅନୁରୂପ ଭାବେ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଏକ ନିର୍ଦ୍ଦିଷ୍ଟ ଦଳକୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ଦେବା ପାଇଁ ବାଧ୍ୟ କରିଥିଲେ। ଏବଂ ଯଦି ସେମାନେ ଏପରି ନକରିବେ ତେବେ ତାଙ୍କ ଅବସ୍ଥା ଖରାପ କରିଦେବେ ଏବଂ ଜୀବନରେ ତାଙ୍କ ପରିବାରକୁ ମାରିଦେବାକୁ ସମ୍ପୃକ୍ତ ବ୍ୟକ୍ତିମାନେ ଧମକ ମଧ୍ୟ ଦେଇଥିଲେ।

ତେବେ ଏହାକୁ ମମତାଙ୍କ ଶାଶୁ ନିଶାମଣି ତରେଇ ବିରୋଧ କରିବାରୁ ବ୍ୟକ୍ତିମାନେ ସଂଘବଦ୍ଧ ଭାବେ ନିଶାମଣିଙ୍କ ମସ୍ତିଷ୍କ ଏବଂ ହାତକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ।  ଫଳରେ ନିଶାମଣିଙ୍କ ମସ୍ତିଷ୍କ ଏବଂ ହାତରେ ଗଭୀର କ୍ଷତ ହେବାସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସଙ୍ଗେସଙ୍ଗେ ପରିବାରବର୍ଗ ନିଶାମଣିଙ୍କୁ ଗୁରୁତର ଅବସ୍ଥାରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଆଜି ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଦେଇଛନ୍ତି।

ତେବେ ମମତା ଏ ନେଇ ଗତକାଲି ବିଳମ୍ବିତ ରାତ୍ରିରେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନୁରୂପ ଭାବେ ଉକ୍ତ ଗ୍ରାମର ସୁଜ୍ଞାନୀ ବାରିକ ଥାନାରେ ଏକ ପାଲଟା ଅଭିଯୋଗ କରିଛନ୍ତି ଯେ, ଗତକାଲି ରାତିରେ ଏକ ନିର୍ଦ୍ଦିଷ୍ଟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସେ ପ୍ରଚାର କରୁଥିବା ବେଳେ ନିଶାମଣି ଏବଂ ତାଙ୍କ ପରିବାର ବର୍ଗ ତାଙ୍କୁ ଆକ୍ରମଣ କରିଥିଲେ।  ଉଭୟଙ୍କ ଅଭିଯୋଗ ଆଧାରରେ ପୋଲିସ କେଶ ନମ୍ବର ୪୧ ଏବଂ ୪୨ ରେ ଦୁଇ ଗୋଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଅପରପକ୍ଷେ ନିଶାମଣିଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ମାନେ ଗିରଫ ଭୟରେ ଫେରାର ହୋଇଯାଇଥିବା ଜଣାପଡିଛି। ତେବେ ଏନେଇ ବାଲୁଗାଁ ଏସଡିପିଓ ଙ୍କୁ ପଚାରିବାରୁ ନିର୍ବାଚନରେ ବିଶୃଙ୍ଖଳା କରୁଥିବା ବ୍ୟକ୍ତିଙ୍କୁ କଦାପି ବରଦାସ୍ତ କରାଯିବ ନାହିଁ। ସେମାନଙ୍କୁ ଦୃଢ଼ ହସ୍ତରେ ଦମନ କରାଯିବ। ଉଭୟ ମାମଲାର ନିରପେକ୍ଷ ତଦନ୍ତ କରାଯିବା ସହ ଦୋଷୀଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସଡ଼ିପିଓ କହିଛନ୍ତି।

ବାଣପୁର ମହିଳା ଗୁରୁତର
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026

କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ‘ସମଗ୍ର ଶିକ୍ଷା’ର ନୂତନ ରୂପରେଖ ପାଇଁ ପରାମର୍ଶ ବୈଠକ

January 9, 2026
Latest News

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026

ବାଲୁଗାଁ କଲେଜରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.