ଟାଙ୍ଗୀ: ଘରେ ଶୋଇଥିବା ଅବସ୍ଥାରେ ଛାତ୍ରଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

Published: Feb 9, 2022, 12:33 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଛାତ୍ର ଘରେ ସୋଇଥିବା ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଟାଙ୍ଗୀ ଥାନା ଅନ୍ତର୍ଗତ ଝାଟି ନୂଆଗାଁ କଲୋନୀରେ ଏଭଳି ଘଟଣା ଘଟିଛି। ଉକ୍ତ କଲୋନୀରେ ବାସ କରୁଥିବା ସାଦନ କୁମାର ଦାସଙ୍କ ପୁତ୍ର ତଥା ଟାଙ୍ଗୀ କଲେଜ ଯୁକ୍ତ ଦୁଇ ଛାତ୍ର ରୋହିତ କୁମାର ଦାସ (୧୭) ଗତକାଲି ରାତିରେ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତ୍ରିରେ ଅଚାନକ ଜୋରରେ ଘୁଙ୍ଗୁଡ଼ି ମାରିବାକୁ ଲାଗିଲେ।

ପରିବାର ଲୋକେ କାରଣ ଜାଣିନପାରି ସଙ୍ଗେ ସଙ୍ଗେ ରୋହିତଙ୍କୁ ଟାଙ୍ଗୀ ମେଡିକାଲକୁ ନେଇ ଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତ୍ୟୁର କାରଣ ହୃଦଘାତ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି।

ଅପରପକ୍ଷରେ ଟାଙ୍ଗୀ ପୋଲିସ ଆଜି ଶବ ଜବତ କରି କେଶ ନମ୍ବର ୧/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଆଇଆଇସି ବିଜୟ ମଲ୍ଲିକ କହିଛନ୍ତି।

Related posts