ଦେଶରେ ୫୮ ହଜାର ୭୭ ନୂଆ ଆକ୍ରାନ୍ତ ଚିହ୍ନଟ, କୋରୋନଜନିତ ମୃତ୍ୟୁ ୬୫୭

Published: Feb 11, 2022, 11:06 am IST

ନୂଆଦିଲ୍ଲୀ: ଗତକାଲି ଦେଶରେ ୬୭ ହଜାର ୮୪ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୫୮ ହଜାର ୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୧୨୪୧ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଜି ଆଉ ୬୫୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ଏହି ସମୟ ମଧ୍ୟରେ ୧ ଲକ୍ଷ ୫୦ ହଜାର ୪୦୭ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୨୫ ଲକ୍ଷ ୩୬ ହଜାର ୧୩୭ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୭ ହଜାର ୧୭୭ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

ତେବେ ଏପର୍ଯ୍ୟନ୍ତ ୪ କୋଟି ୧୩ ଲକ୍ଷ ୩୧ ହଜାର ୧୫୮ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୬ ଲକ୍ଷ ୯୭ ହଜାରକୁ ୮୦୨ ବୃଦ୍ଧି ପାଇଛି।

Related posts