Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସୁରକ୍ଷା ବାହିନୀ ଉପରେ ଗ୍ରେନେଡ ଆକ୍ରମଣ: ଏସପିଓ ସହିଦ, ୪ ଯବାନ ଆହତ
ଅପରାଧ

ସୁରକ୍ଷା ବାହିନୀ ଉପରେ ଗ୍ରେନେଡ ଆକ୍ରମଣ: ଏସପିଓ ସହିଦ, ୪ ଯବାନ ଆହତ

February 11, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା
କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ବାନ୍ଦିପୋରାରେ ଗ୍ରେନେଡ ଆକ୍ରମଣର ଖବର ସାମ୍ନାକୁ ଆସୁଛି। ବାନ୍ଦିପୋରାରେ ଆତଙ୍କବାଦୀମାନେ ଗ୍ରେନେଡ ସାହାଯ୍ୟରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିବା ସୂଚନା ରହିଛି। ଏହି ଆକ୍ରମଣରେ ୪ ଜଣ ଯବାନ ଆହତ ହୋଇଥିବା ଜଣାଯାଇଛି। ସୂଚନାନୁସାରେ, ଆକ୍ରମଣ ପରେ ଜଣେ ଯବାନଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଏହି ଆକ୍ରମଣରେ ଆହତ ହୋଇଥିବା ଯବାନମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ଜଣେ ଏସପିଓଙ୍କ ସହିଦ ହେବାର ଖବର ମଧ୍ୟ ରହିଛି।

ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସୂଚନା ପାଇବା ମାତ୍ରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି ଏବଂ ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଛନ୍ତି। ସୂଚନାନୁସାରେ, ଆତଙ୍କବାଦୀମାନେ ନିଶାତ ପାର୍କ ନିକଟରେ ଗ୍ରେନେଡ ସାହାଯ୍ୟରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ ଆହତଙ୍କ ମଧ୍ୟରେ ୨ ଜଣ ସୀମା ସୁରକ୍ଷା ବଳର ଯବାନ ଏବଂ ୩ ଜଣ ପୋଲିସ ଅଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତ କିଛି ମାସ ଧରି ଉପତ୍ୟକାରୁ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ଉଭୟ ଜାମ୍ମୁ କାଶ୍ମୀର ପୋଲିସ ଏବଂ ସେନା ମିଳିତ ଭାବେ ଅପରେସନ ଜାରି ରଖିଛନ୍ତି। ଏଥିରେ ସେନା ଏବଂ ପୋଲିସ ଦ୍ୱାରା ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନାର କଠୋରତା ପରେ ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ମଧ୍ୟ ବିଫଳ ହେବାରେ ଲାଗିଛି, ଯେଉଁଥିପାଇଁ ଆତଙ୍କବାଦୀଙ୍କ ମଧ୍ୟରେ କ୍ରୋଧ ବଢିବାରେ ଲାଗିଛି।

ଆତଙ୍କବାଦୀ ବାନ୍ଦିପୋରା ଯବାନ ଆହତ ସୁରକ୍ଷା ବାହିନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଅନଲାଇନ୍ ଚାଳକଙ୍କ ବିଶୃଙ୍ଖଳା ଘଟଣା : ୪୦୦ ଗାଡ଼ିର ପରମିଟ୍ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ

August 19, 2026

ଘୋଷଣା ହେଲା ୪୭ତମ ଶାରଳା ପୁରସ୍କାର: ‘ବିଶ୍ବାସ ଦେ ପୃଥିବୀ’ ପାଇଁ ସମ୍ମାନିତ ହେବେ ଡ. ଆଶୁତୋଷ ପରିଡ଼ା

August 19, 2026

Online drivers protest: ମାଷ୍ଟରକ୍ୟାଣ୍ଟିନ୍‌ରେ ଅନ୍‌ଲାଇନ୍‌ ଚାଳକଙ୍କ ତାଣ୍ଡବ, ୧୫ରୁ ଅଧିକ ଗାଡ଼ି ଭଙ୍ଗାରୁଜା

August 19, 2026

କ୍ୟାବିନେଟ୍ ମଞ୍ଜୁରୀ: ୩୫୯୦ କୋଟି ବ୍ୟୟରେ ୪ ଲେନ୍ ହେବ ଏନ୍‌ଏଚ୍‌-୨୨ ସଡ଼କ

August 19, 2026
Latest News

ଅନଲାଇନ୍ ଚାଳକଙ୍କ ବିଶୃଙ୍ଖଳା ଘଟଣା : ୪୦୦ ଗାଡ଼ିର ପରମିଟ୍ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ

August 19, 2026

ଘୋଷଣା ହେଲା ୪୭ତମ ଶାରଳା ପୁରସ୍କାର: ‘ବିଶ୍ବାସ ଦେ ପୃଥିବୀ’ ପାଇଁ ସମ୍ମାନିତ ହେବେ ଡ. ଆଶୁତୋଷ ପରିଡ଼ା

August 19, 2026

Online drivers protest: ମାଷ୍ଟରକ୍ୟାଣ୍ଟିନ୍‌ରେ ଅନ୍‌ଲାଇନ୍‌ ଚାଳକଙ୍କ ତାଣ୍ଡବ, ୧୫ରୁ ଅଧିକ ଗାଡ଼ି ଭଙ୍ଗାରୁଜା

August 19, 2026

କ୍ୟାବିନେଟ୍ ମଞ୍ଜୁରୀ: ୩୫୯୦ କୋଟି ବ୍ୟୟରେ ୪ ଲେନ୍ ହେବ ଏନ୍‌ଏଚ୍‌-୨୨ ସଡ଼କ

August 19, 2026

ଦୋକାନ ବୋର୍ଡ ଲଗାଇବା ବେଳେ ଦୁର୍ଘଟଣା: ବିଦ୍ୟୁତ ଆଘାତରେ ଯୁବକଙ୍କ ପ୍ରାଣହାନୀ

August 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.