ସୁରକ୍ଷା ବାହିନୀ ଉପରେ ଗ୍ରେନେଡ ଆକ୍ରମଣ: ଏସପିଓ ସହିଦ, ୪ ଯବାନ ଆହତ

Published: Feb 11, 2022, 7:31 pm IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ବାନ୍ଦିପୋରାରେ ଗ୍ରେନେଡ ଆକ୍ରମଣର ଖବର ସାମ୍ନାକୁ ଆସୁଛି। ବାନ୍ଦିପୋରାରେ ଆତଙ୍କବାଦୀମାନେ ଗ୍ରେନେଡ ସାହାଯ୍ୟରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିବା ସୂଚନା ରହିଛି। ଏହି ଆକ୍ରମଣରେ ୪ ଜଣ ଯବାନ ଆହତ ହୋଇଥିବା ଜଣାଯାଇଛି। ସୂଚନାନୁସାରେ, ଆକ୍ରମଣ ପରେ ଜଣେ ଯବାନଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଏହି ଆକ୍ରମଣରେ ଆହତ ହୋଇଥିବା ଯବାନମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ଜଣେ ଏସପିଓଙ୍କ ସହିଦ ହେବାର ଖବର ମଧ୍ୟ ରହିଛି।

ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସୂଚନା ପାଇବା ମାତ୍ରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି ଏବଂ ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଛନ୍ତି। ସୂଚନାନୁସାରେ, ଆତଙ୍କବାଦୀମାନେ ନିଶାତ ପାର୍କ ନିକଟରେ ଗ୍ରେନେଡ ସାହାଯ୍ୟରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ ଆହତଙ୍କ ମଧ୍ୟରେ ୨ ଜଣ ସୀମା ସୁରକ୍ଷା ବଳର ଯବାନ ଏବଂ ୩ ଜଣ ପୋଲିସ ଅଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତ କିଛି ମାସ ଧରି ଉପତ୍ୟକାରୁ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ଉଭୟ ଜାମ୍ମୁ କାଶ୍ମୀର ପୋଲିସ ଏବଂ ସେନା ମିଳିତ ଭାବେ ଅପରେସନ ଜାରି ରଖିଛନ୍ତି। ଏଥିରେ ସେନା ଏବଂ ପୋଲିସ ଦ୍ୱାରା ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନାର କଠୋରତା ପରେ ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ମଧ୍ୟ ବିଫଳ ହେବାରେ ଲାଗିଛି, ଯେଉଁଥିପାଇଁ ଆତଙ୍କବାଦୀଙ୍କ ମଧ୍ୟରେ କ୍ରୋଧ ବଢିବାରେ ଲାଗିଛି।

Related posts