ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ: ୬୦ ଲକ୍ଷ ଜରିମାନା

Published: Feb 21, 2022, 4:32 pm IST

ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତିରେ ରାଷ୍ଟ୍ରିୟ ଜନତା ଦଳ ସୁପ୍ରିମୋ ଲାଲୁ ଯାଦବଙ୍କୁ ପାଞ୍ଚ ବର୍ଷ ଜେଲ ଏବଂ ୬୦ ଲକ୍ଷ ଜୋରିମାନା ଦଣ୍ଡାଦେଶ ହୋଇଛି। ରାଞ୍ଚିର ଡୋରାଡା ଟ୍ରେଜେରୀରୁ ୯୫୦ କୋଟି ଟଙ୍କାର ସବୁଠାରୁ ବଡ ଚୋରାଚାଲାଣ ମାମଲାରେ ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ସମେତ ୩୮ ଜଣ ଅଭିଯୁକ୍ତଙ୍କୁ ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।

ସିବିଆଇର ସ୍ୱତନ୍ତ୍ର ଓକିଲ ବିଏମପି ସିଂ କହିଛନ୍ତି ଯେ, ୩୮ ଦୋଷୀମାନଙ୍କ ମଧ୍ୟରୁ ୩୫ ଜଣ ବିର୍ସା ମୁଣ୍ଡା ଜେଲରେ ଅଛନ୍ତି ଏବଂ ସ୍ୱାସ୍ଥ୍ୟଗତ କାରଣରୁ ଲାଲୁ ପ୍ରସାଦ ଯାଦବଙ୍କ ସମେତ ଅନ୍ୟ ତିନିଜଣ ଦୋଷୀଙ୍କୁ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (RIMS) ରେ ଭର୍ତ୍ତି କରାଯାଇଛି। ଏହି ମାମଲାରେ ସିବିଆଇ ମୋଟ ୧୭୦ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିବାବେଳେ ସେପ୍ଟେମ୍ବର ୨୬ ତାରିଖ ୨୦୦୫ ରେ ୧୪୮ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।

ଚାରୋଟି ଭିନ୍ନ ଭିନ୍ନ ଗୋଖାଦ୍ୟ ମାମଲାରେ ଚଉଦ ବର୍ଷ ଦଣ୍ଡିତ ହୋଇଥିବା ଲାଲୁ ପ୍ରସାଦ ଯାଦବଙ୍କ ସମେତ ୯୯ ଜଣଙ୍କ ବିରୋଧରେ ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ଜାନୁଆରୀ ୨୯ ତାରିଖରେ କୋର୍ଟ ଏହାର ରାୟ ସଂରକ୍ଷଣ କରିଥିଲେ।

Related posts