Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଖୋର୍ଦ୍ଧା: ଅବକାରୀ ଚଢ଼ାଉ, ବେଆଇନ କଫ ସିରପ ଓ ଗଞ୍ଜେଇ ଜବତ, ଜଣେ ଗିରଫ
ଅପରାଧ

ଖୋର୍ଦ୍ଧା: ଅବକାରୀ ଚଢ଼ାଉ, ବେଆଇନ କଫ ସିରପ ଓ ଗଞ୍ଜେଇ ଜବତ, ଜଣେ ଗିରଫ

February 23, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଅବକାରୀ ବିଭାଗ ଟାଉନ ଥାନା ଅନ୍ତର୍ଗତ ପୁବୁସାହି ଗ୍ରାମରେ ଚଢ଼ାଉ କରି ବେଆଇନ କଫ ସିରପ ଏବଂ ଗଞ୍ଜେଇ ଜବତ କରିଛି। ଏହା ସହ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଗଣେଶ ପାତ୍ର (୩୧)। ତାଙ୍କ ନିକଟରୁ ୩୦୦ ବଟଲ ବେଆଇନ କୋଡିନ ଫସଫେଟ ମିଶ୍ରିତ କଫ ସିରପ ଏବଂ ୨ କେଜି ଗଞ୍ଜେଇ ଜବତ ହୋଇଛି, ଯାହାର ମୂଲ୍ୟ ୭୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଅବକାରୀ ବିଭାଗ ୨୦ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ପିଆର ନମ୍ବର ୫୪ /୨୧-୨୨ ରେ ଏକ ମାମଲା ରୁଜୁ କରିବା ସହ ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ , ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ସସ୍ମିତା ହୋତା, ବେଗୁନିଆ ଅବକାରୀ ଅଧିକାରୀ ବିରଞ୍ଚି ନାରାୟଣ ମହାନ୍ତି, ଖୋର୍ଦ୍ଧା ଅବକାରୀ ଅଧିକାରୀ ମନୋଜ କୁମାର ବାରିକ ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀମାନେ ସାମିଲ ଥିଲେ।

ଅବକାରୀ ଚଢ଼ାଉ ଖୋର୍ଦ୍ଧା ଗିରଫ
Share. Facebook Twitter LinkedIn Email WhatsApp Copy Link

Related Posts

“ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର କରାଯାଇଥିଲା, ନଚେତ୍ ମୁଁ କଂଗ୍ରେସ ଅଧ୍ୟକ୍ଷ ହୋଇଥାନ୍ତି,”: ଅଶୋକ ଗେହଲଟ

June 7, 2026

CBSE-OSM ଅନିୟମିତତାକୁ ଉଜାଗର କରିଥିବା ୧୮ ବର୍ଷୀୟ ସାର୍ଥକଙ୍କୁ ରାହୁଲ ଗାନ୍ଧୀଙ୍କ ପ୍ରଶଂସା

June 7, 2026

ବାଣପୁର ମୁକ୍ତି ଦିବସକୁ ରାଜ୍ୟ ସ୍ତରରେ ପାଳନ କରିବାକୁ ନିବେଦନ

June 7, 2026

“ଅସରପା ପାଇଁ ପ୍ରତିରୋଧକ ଔଷଧ ଉପଲବ୍ଧ”: CJP ର ପ୍ରତିବାଦ ଉପରେ କୁମାର ବିଶ୍ୱାସଙ୍କ କଟାକ୍ଷ

June 7, 2026
Latest News

“ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର କରାଯାଇଥିଲା, ନଚେତ୍ ମୁଁ କଂଗ୍ରେସ ଅଧ୍ୟକ୍ଷ ହୋଇଥାନ୍ତି,”: ଅଶୋକ ଗେହଲଟ

June 7, 2026

CBSE-OSM ଅନିୟମିତତାକୁ ଉଜାଗର କରିଥିବା ୧୮ ବର୍ଷୀୟ ସାର୍ଥକଙ୍କୁ ରାହୁଲ ଗାନ୍ଧୀଙ୍କ ପ୍ରଶଂସା

June 7, 2026

ବାଣପୁର ମୁକ୍ତି ଦିବସକୁ ରାଜ୍ୟ ସ୍ତରରେ ପାଳନ କରିବାକୁ ନିବେଦନ

June 7, 2026

Kathmandu KLF 2026: ନେପାଳରେ ଉଦଘାଟିତ ହେଲା କାଠମାଣ୍ଡୁ-କଳିଙ୍ଗ ସାହିତ୍ୟ ମହୋତ୍ସବ

June 7, 2026

ଖୋର୍ଦ୍ଧାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

June 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.