ବଡ଼ ଡକାୟତ ଯୋଜନା ପଣ୍ଡ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ, ୫ ଗିରଫ

Published: Mar 9, 2022, 8:26 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସ ଆଜି ଏକ ବଡ଼ ଡକାୟତ ଯୋଜନା ପଣ୍ଡ କରିଛି। ସୂଚନା ମୁତାବକ ଆଜି ଟାଉନ ଥାନା ଅନ୍ତର୍ଗତ ନବୀନବାଗ ଅଞ୍ଚଳରେ ୫ ରୁ ୬ ଜଣ ଦୁର୍ବୁତ୍ତ ଡକାୟତି ଯୋଜନା କରୁଥିବାର ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି ଖବର ପାଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ ମିଶ୍ର ଓ ଟାଉନ ଥାନା ଭାରପ୍ରାପ୍ତ ଡ଼ିଏସପି ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

ଉକ୍ତ ଚଢ଼ାଉରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମୋହମଦ ରଜାକ, ରାଜୁ ଖାନ, ନିଲୁ ବେହେରା, କାହ୍ନ ବେହେରା ଓ କାର୍ତ୍ତିକ ପ୍ରଧାନ।

ପୋଲିସ ସେମାନଙ୍କ ନିକଟରୁ ଗୋଟେ ଦେଶୀ ବନ୍ଧୁକ, ୫ ଜୀବନ୍ତ ଗୁଳି, ଗୋଟାଏ କାର, ମଦ ବୋତଲ, ଖଣ୍ଡା, ଲୁହା ରଡ଼ ଏବଂ ଗୋଟେ ମୋବାଇଲ ଫୋନ ଆଦି ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ପୂର୍ବରୁ ଟାଉନ ଥାନାର ଏକାଧିକ ମାମଲାରେ ଜଡିତ ଥିବାର ସୂଚନା ଦେଇଛି ପୋଲିସ।

ଉକ୍ତ ଚଢ଼ାଉରେ ଅତିରିକ୍ତ ଆଇଆଇସି ପ୍ରଜ୍ଞା ରିତାମ୍ଭାରି କର, ଏସଆଇ ପଦ୍ମଲୋଚନ ବେହେରା, ଏସଆଇ ମନୋଜ କୁମାର ଦାସ, ଏଏସଆଇ ଅକ୍ଷୟ କୁମାର ସେଠି ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ।

ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଖୋର୍ଦ୍ଧା ଟାଉନ ଥାନାରେ କେସ ନମ୍ବର ୧୧୩ /୨୨ ରେ ମାମଲା ରୁଜୁକରାଯାଇ କୋର୍ଟ ଚାଲାଣ କରାଯାଇଥିବାର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

Related posts