Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଖୋର୍ଦ୍ଧା: ଏକାଧିକ ଲୁଟ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ୪ କୁଖ୍ୟାତ ଡକାୟତ ଗିରଫ
ଅପରାଧ

ଖୋର୍ଦ୍ଧା: ଏକାଧିକ ଲୁଟ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ୪ କୁଖ୍ୟାତ ଡକାୟତ ଗିରଫ

April 11, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଏବଂ ବାଘମାରି ଥାନା ଅଞ୍ଚଳରେ ଏକାଧିକ ଲୁଟ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏ ନେଇ ଆଜି ଅପରାହ୍ନରେ ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି ଟାଉନ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି।

ସୂଚନା ମୁତାବକ ଚଳିତ ମାସ ୩ ତାରିଖ ବିଳମ୍ବିତ ରାତ୍ରିରେ ୫୭ ନମ୍ବର ଜାତୀୟ ରାଜପଥ ବାଘମାରି ବଜାର ନିକଟରୁ ଏକ ମାଲ ବୋଝେଇ ଟାଟା ଏସିଇ ଗାଡ଼ିକୁ ଦୁର୍ବୁତ୍ତମାନେ ଲୁଟି ନେଇଥିଲେ, ଯେଉଁଥିରେ ୩୦ ଲକ୍ଷ ଟଙ୍କାର ଜିନିଷ ଥିଲା। ଏ ନେଇ ବାଘମାରି ପୋଲିସ କେଶ ନମ୍ବର ୩୭/୨୨ ରେ ମାମଲା ରୁଜୁ କରିଥିଲା।

ସେହିପରି ଭାବେ ଉକ୍ତଦିନ ରାତିରେ ଦୁର୍ବୁତ୍ତ ମାନେ ପିଏନ କଲେଜ ନିକଟରୁ ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ୫୦୦ ଟଙ୍କା ଲୁଟିନେଇଥିଲେ। ଏ ନେଇ ଟାଉନ ଥାନା ପୋଲିସ କେଶ ନମ୍ବର ୧୭୭/୨୨ ରେ ମାମଲା ରୁଜୁ କରିଥିଲା।

ସେହିପରି ଭାବେ ୭ ତାରିଖ ରାତିରେ ଟାଉନ ଥାନା ଅନ୍ତର୍ଗତ ଠେଙ୍ଗାହାଟ ଛକ ନିକଟରେ ଦୁର୍ବୁତ୍ତ ମାନେ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଗୋଦାମରୁ ଲକ ଭାଙ୍ଗି ଏକ ମେହେନ୍ଦ୍ରା ପିକ ଅପ ଭ୍ୟାନ ଚୋରି କରିନେଇଯାଇଥିଲେ। ଏ ବାବଦରେ ଟାଉନ ଥାନା ପୋଲିସ କେଶ ନମ୍ବର ୧୭୧/୨୨ ରେ ମାମଲା ରୁଜୁ କରିଥିଲା।

ଖୋର୍ଦ୍ଧା ଏସପି ଏହାକୁ ଗୁରୁତର ସହ ନେଇଥିଲେ ଏବଂ ଏସପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଖୋର୍ଦ୍ଧା ଏସଡିପିଓ ସୁଶୀଲ କୁମାର ମିଶ୍ରଙ୍କ ନେତୃତ୍ୱରେ ପୋଲିସ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଉକ୍ତ ସମସ୍ତ ଲୁଟରେ ସାମିଲ ଥିବା ୪ ଜଣ କୁଖ୍ୟାତ ଡକାୟତଙ୍କୁ ଗିରଫ କରିଛି।  ଗିରଫ ଅଭିଯୁକ୍ତ ମାନେ ହେଲେ ଟାଉନ ଥାନା ଅଞ୍ଚଳର ପ୍ରଫୁଲ୍ଲ କୁମାର ନାୟକ (୫୦), ଦେବାଶିଷ ସ୍ୱାଇଁ (୨୫), ସନ୍ତୋଷ କୁମାର ରାଉତରାୟ(୪୨) ଏବଂ ବାଙ୍କୀ ଥାନା ଅଞ୍ଚଳର ବିଶ୍ୱଜିତ ପରିଡ଼ା (୨୮)। ସେମାନଙ୍କ ନିକଟରୁ ପୋଲିସ ଗୋଟିଏ ଟାଟା ଏସିଇ ଗାଡ଼ି, ଗୋଟିଏ ଏକସେଣ୍ଟ କାର, ଗୋଟିଏ ମହେନ୍ଦ୍ରା ପିକଅପ ଭ୍ୟାନ, ଗୋଟିଏ ସ୍କୋର୍ପିଓ ଗାଡ଼ି, ୩୦ ଲକ୍ଷ ଟଙ୍କାର ଏଲଇଡ଼ି, ଲାପଟପ, ସାଉଣ୍ଡ ବକ୍ସ ଓ ଅନ୍ୟାୟ ବୈଦ୍ୟୁତିକ ଉପକରଣ ଏବଂ ନକଦ ୫ ହଜାର ଟଙ୍କା ଜବତ କରିଛି।

ତେବେ ଗିରଫ ୪ ଜଣଙ୍କ ମଧ୍ୟରୁ ପ୍ରଫୁଲ୍ଲ, ଦେବାଶିଷ ଓ ବିଶ୍ୱଜିତଙ୍କ ବିରୋଧରେ ପୁର୍ବରୁ ଟାଉନ ଥାନାରେ ଏକାଧିକ ମାମଲା ଥିବାର ପୋଲିସ କହିଛି। ସମସ୍ତ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।

ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ଏସଡିପିଓଙ୍କ ସମେତ ବାଘମାରି ଆଇଆଇସି ଅର୍ଚ୍ଚନା ମଲ୍ଲିକ, ଏସଆଇ ରଶ୍ମିରଞ୍ଜନ ଦାସ, ପଦ୍ମଲୋଚନ ବେହରା, ବ୍ରହ୍ମାନନ୍ଦ ସ୍ୱାଇଁ, ସୁକାନ୍ତ କୁମାର ଦଳେଇ ଓ ଖୋର୍ଦ୍ଧା ସ୍ୱତନ୍ତ୍ର ସ୍କ୍ୱାର୍ଡ ସାମିଲ ଥିଲେ।

ଖୋର୍ଦ୍ଧା ଟାଉନ ଥାନା ବାଘମାରି ଥାନା ଲୁଟ ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ବେଆଇନ ବାଲି ଚାଲାଣ ଅଭିଯୋଗ: ଦୁଇ ହାଇୱା ଜବତ

June 25, 2026

ଲୋହଗଡ଼ ଫୋର୍ଟ ମାମଲା: ତଦନ୍ତରେ ନୂଆ ମୋଡ଼, ସିସିଟିଭି ଫୁଟେଜ୍ ଓ ପରିବାର ବୟାନରେ ଖୋଲୁଛି ରହସ୍ୟ

June 25, 2026

ନବରଙ୍ଗପୁରରେ ହତ୍ୟା ମାମଲା: ଅଭିଯୁକ୍ତକୁ ୬ ବର୍ଷ ସଶ୍ରମ କାରାଦଣ୍ଡ

June 25, 2026

ନିର୍ମାଣାଧୀନ ଗୋଦାମ ଭୁଶୁଡ଼ି ୫ ମୃତ, ୩ ଅଭିଯୁକ୍ତ ଗିରଫ

June 25, 2026
Latest News

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୫୨ତମ ପ୍ରଗତି ବୈଠକ ଅନୁଷ୍ଠିତ

June 25, 2026

ବେଆଇନ ବାଲି ଚାଲାଣ ଅଭିଯୋଗ: ଦୁଇ ହାଇୱା ଜବତ

June 25, 2026

ରାଶିଫଳ: ଆଜି ଜୁନ୍ ୨୫ ତାରିଖ ଗୁରୁବାରରେ ଏହି ରାଶିର ବ୍ୟବସାୟ ବୃଦ୍ଧି ଘଟିବ, ଧନ ଆସିବ

June 25, 2026

ଲୋହଗଡ଼ ଫୋର୍ଟ ମାମଲା: ତଦନ୍ତରେ ନୂଆ ମୋଡ଼, ସିସିଟିଭି ଫୁଟେଜ୍ ଓ ପରିବାର ବୟାନରେ ଖୋଲୁଛି ରହସ୍ୟ

June 25, 2026

ଏଣିକି ବିବାହ କାର୍ଡରେ ଜନ୍ମ ତାରିଖ ବାଧ୍ୟତାମୂଳକ !

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.