Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଗିରଫ ହେଲେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ: ନାବାଳିକାଙ୍କୁ ବଳପୂର୍ବକ ବିବାହ କରିଥିବା ଅଭିଯୋଗ
ଅପରାଧ

ଗିରଫ ହେଲେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ: ନାବାଳିକାଙ୍କୁ ବଳପୂର୍ବକ ବିବାହ କରିଥିବା ଅଭିଯୋଗ

April 22, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ: ଗତ ୨୦ ତାରିଖ ଦିନ ନାକଟିଦେଉଳ ଥାନାରେ ଜଣେ ୧୫ ବର୍ଷିୟା ନାବାଳିକା ଦୁଇ ଦିନରୁ ନିଖୋଜ ଥିବାର ଅଭିଯୋଗ ହୋଇଥିଲା। ଏହି ପରିପ୍ରେକ୍ଷୀରେ ପୋଲିସ କେଶ ନମ୍ବର ୮୩/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଥିଲା। ହେଲେ ଉକ୍ତ ଦିନ ରାତିରେ ଜନୈକ ନାବାଳିକାଙ୍କୁ ପୋଲିସ ହୀରାଲୋଇ ଗ୍ରାମରୁ ତାଙ୍କ ଭଉଣୀଙ୍କ ଘରୁ ଉଦ୍ଧାର କରିଥିଲା। ତେବେ ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ନାବାଳିକା ଜଣଙ୍କୁ ସାହେବି ଗ୍ରାମର ପୂର୍ବତନ ସରପଞ୍ଚ ତଥା ପୂର୍ବତନ କଂଗ୍ରେସ ଜିଲ୍ଲା ପରିଷଦ ସଭ୍ୟ ବିରଞ୍ଚି ବେହେରା (୫୪) ଜୋର ଜବରଦସ୍ତ ସିନ୍ଦୁର ପିନ୍ଧାଇ ବିବାହ କରିଥିଲେ ଏବଂ ଦୀର୍ଘ ଏକ ବର୍ଷ ଧରି ନାବାଳିକାଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ।

ଗତବର୍ଷ ବିରଞ୍ଚିଙ୍କ ଧର୍ମ ପତ୍ନୀଙ୍କ ସଡ଼କ ଦୁର୍ଘଟଣାରେ ଗୋଡ଼ ଭାଙ୍ଗିଯିବାରୁ ସେ ଜନୈକ ନାବାଳିକାଙ୍କ ପିତାଙ୍କୁ ଚିକିତ୍ସା ପାଇଁ ଡାକିଥିଲେ। ଏହାର ସୁଯୋଗ ନେଇ ନାବାଳିକାଙ୍କ ପିତାଙ୍କୁ ବିରଞ୍ଚି ତାଙ୍କ ପତ୍ନୀଙ୍କୁ କାର୍ଯ୍ୟରେ ସହଯୋଗ ପାଇଁ ଝିଅକୁ ପଠେଇବା ପାଇଁ ଅନୁରୋଧ କରିଥିଲେ। ଏହି ସମୟରେ ବିରଞ୍ଚି ମନ୍ଦ ଉଦ୍ଦେଶ୍ୟ ନେଇ ନାବାଳିକାଙ୍କୁ ଜୋର ଜବରଦସ୍ତ ବିବାହ କରିବା ସହ ତାଙ୍କ ଅନିଚ୍ଛା ସତ୍ତ୍ୱେ ଶାରୀରିକ ସମ୍ବନ୍ଧ ରଖିଥିଲେ।

ନାବାଳିକା ଜଣକ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କର ୫ ଜଣ ଭଉଣୀ ଅଛନ୍ତି। ତେବେ ଗତ ୧୫ ଦିନ ତଳେ ନାବାଳିକା ଜଣକ ସାହେବି ଗ୍ରାମସ୍ଥିତ ତାଙ୍କ ଘରକୁ ପରିବାରବର୍ଗଙ୍କୁ ଦେଖିବାକୁ ଯାଇଥିଲେ। କିନ୍ତୁ ଏହା ଜାଣି ବିରଞ୍ଚି ନାବାଳିକାଙ୍କ ଘରକୁ ଯାଇ ତାଙ୍କୁ ଫେରିଆସିବା ପାଇଁ ବାଧ୍ୟ କରିଥିଲେ। ହେଲେ ସେ ରୋକଠୋକ ମନା କରିବା ସହ ତାଙ୍କ ପରିବାରକୁ ନଜଣାଇ ତାଙ୍କ ଭଉଣୀ ଘରକୁ ଲୁଚି ପଳାଇଥିଲେ।

ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ମାମଲାଟି ଗମ୍ଭୀର ହୋଇଛି ଏବଂ ଉକ୍ତ ମାମଲାରେ ପୋକସୋ ଓ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଫା ଲାଗିଛି। ଉକ୍ତ ଘଟଣାରେ ପୋଲିସ ବିରଞ୍ଚି ବେହରାଙ୍କୁ ଗିରଫ କରିଥିବା ବେଳେ ଆସନ୍ତାକାଲି କୋର୍ଟଚଲାଣ କରିବ ବୋଲି ଜଣାପଡିଛି।

କଂଗ୍ରେସ ନେତା ଗିରଫ ନାକଟିଦେଉଳ ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026
Latest News

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026

ବ୍ରହ୍ମପୁର ରେଳ ଷ୍ଟେସନର ପୁନଃବିକାଶକୁ ମଞ୍ଜୁରୀ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.