BREAKING: ଭୁବନେଶ୍ବରରେ ପୋଲିସ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ

Published: May 12, 2022, 9:44 am IST

ଭୁବନେଶ୍ବର: ଆଜି କମିଶନରେଟ ପୋଲିସକୁ ଏକ ବଡ ସଫଳଥା ମିଳିଛି। ଏନକାଉଣ୍ଟର କରି ଦୁର୍ଦ୍ଦାନ୍ତ ଚକରା ବାରିକକୁ ଆହତ କରିଛି। ହେଲେ ତାହାର ସହଯୋଗୀମାନେ ଫେରାର ହେବାରେ ସଫଳ ହୋଇଛନ୍ତି। ଗୁଳିମାଡ ଖାଇବା ପରେ ଚକରା ବାରିକଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ତାହାର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବାର ଜଣାପଡିଛି।

ଘଟଣାରୁ ଜଣାପଡିଛି ଯେ, ଆଜି ଭୋର ପ୍ରାୟ 4ଟା ବେଳେ ଚକରା ଏବଂ ତାହାର ସାଥୀମାନେ ବରମୁଣ୍ଡା ପଡିଆରେ ଏକାଠି ହୋଇଥିଲେ। ସେମାନେ ଏକ ବଡ ଅପରାଧୀକ ଘଟଣା କରିବାକୁ ଯୋଜନା ପ୍ରସ୍ତୁତ କରୁଥିଲେ।

ଏହି ଖବର ଖଣ୍ଡଗିରି ପୋଲିସ ଜାଣିବା ପରେ ଚଢାଉ କରିଥିଲା। ଅପରାଧୀମାନେ ଏହା ଜାଣିବା ପରେ ସେମାନେ ପୋଲିସ ଉପରକୁ ଗୁଳି କରିଥିଲେ। ପୋଲିସ ପାଲଟା ଗୁଳି କରିବା ପରେ ସେମାନେ ଭୟଭୀତ ହୋଇ ଫେରାର ହୋଇଯାଇଥିଲା। ତେବେ ମୁଖ୍ୟ ଦୁର୍ଦ୍ଦାନ୍ତ ଚକରା ଗୁଳି ମାଡରେ ଆଉ ଯାଇପାରି ନ ଥିଲା। ଅନ୍ୟ ଅପରାଧୀଙ୍କୁ ପୋଲିସ ଖୋଜାଖୋଜି ଆରମ୍ଭ କରିଛି।

Related posts