
ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳ ସମେତ ସହରାଞ୍ଚଳରେ ବେଧଡକ ଭାବେ ଚାଲିଛି ଜୁଆ ଖେଳ। ପୋଲିସ ଆଖିରେ ଧୂଳି ଦେଇ କଳାହାଣ୍ଡି ଜିଲ୍ଲାରେ ବେଆଇନ ଜୁଆ ଖେଳ ଚାଲିଥିବା ଅଭିଯୋଗ ରହିଥିଲା। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧିପାଇଥିଲା। ଗୋଳାମୁଣ୍ଡା ପୋଲିସ ଥାନା ଅଞ୍ଚଳରେ ଚାଲିଥିବା ଜୁଆଆଡ୍ଡା ଉପରେ ଅତର୍କିତ ଚଢାଉ କରି ପୋଲିସ ୬ ଜଣ ଜୁଆଡି କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୮ ଟି ବାଇକ, ୬ ଟି ମୋବାଇଲ ଫୋନ, ନଗଦ ୯୫ ହଜାର ଟଙ୍କା, ୩ ସେଟ ତାସ ପତି, ତାରପାଉଲିନ ଇତ୍ୟାଦି ସମେତ ଜୁଆଖେଳରେ ବ୍ୟବହୃତ ଅନେକ କାଗଜପତ୍ର ଜବତ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।
ସୁଚନା ଅନୁଯାୟୀ, ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଘୋଟିଆ ଗାଁ ଶେଷ ମୁଣ୍ଡରେ ଥିବା ଟିକେନ୍ ଜୋର ନାଳ ନିକଟରେ ଜୁଆ ଖେଳ ଚାଲୁଥିବାର ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ସେଠାରେ ଅତର୍କିତ ଚଢାଉ କରିଥିଲା। ଚଢାଉ ସମୟରେ ମାଷ୍ଟରମାଇଣ୍ଡ ସହ ୬ ଜଣ ଜୁଆ ଖେଳାଳିଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ। ଗୋଲାମୁଣ୍ଡା ଥାନା କେଶ ନଂ. ୯୦/୨୦୨୨ ୩ଓପିଜି ଆଇନ ରେ ଅଭିଯୁକ୍ତ ମାଷ୍ଟର ମାଇଣ୍ଡ ଚିଚୈଗୁଡା ର ପ୍ରକାଶ ଚନ୍ଦ୍ର ମେହେର(୫୬), ସାନଚେରଗାଁର ଅନନ୍ତ ସାହୁ (୩୯), କଗୋଁ ର ନବ ପୁଟେଲ (୪୨), ସିନାପାଲିର ଦେବେନ୍ଦ୍ର କଟା, ଲିମସେର ଗାଂର ନୃପରାଜ ମେହେର ଓ ଅରକ୍ଷିତ ମେହେର କୁ ପୋଲିସ ଗିରଫ କରି ରେ ଏକ କେଶ ରୁଜ୍ଜୁ କରି ରୁଜ୍ଜୁ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି।