ଖୋର୍ଦ୍ଧା ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଅଭିଯାନ: ବେଆଇନ ପଥର ଖଣି ଉପରେ ଚଢାଉ ଜାରି, ୨୨ ଗିରଫ

Published: May 25, 2022, 9:23 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟରିଆଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଦ୍ଵାରା ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଚଳିତ ମାସରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା। ଏହି ସ୍ୱତନ୍ତ୍ର ଅଭିଯାନ ଅନ୍ତର୍ଗତ ବିଭିନ୍ନ ବେଆଇନ ମାଙ୍କଡା ପଥର ଖଣିରେ ଚଢ଼ାଉ କରାଯାଇଥିଲା।  ଯାହାର ଚୁଡାନ୍ତ ରିପୋର୍ଟ ଆଜି ଗଣମାଧ୍ୟମକୁ ଏସପି ପ୍ରଦାନ କରିଛନ୍ତି।

ରିପୋର୍ଟ ମୁତାବକ ଆଜି ସୁଦ୍ଧା ଜିଲ୍ଲାର ବିଭିନ୍ନ ଥାନା ପୋଲିସ ଚଳିତ ମାସରେ ସମୁଦାୟ ୨୪ ଗୋଟି ଟ୍ରକ, ୩ ଗୋଟି ଜେସିବି ମେସିନ, ୪ ଗୋଟି ପାୱାର ଟିଲର ଏବଂ ୨ ଗୋଟି ମୋଟରସାଇକେଲ ଜବତ କରିଛି।

ତତସହିତ ଖୋର୍ଦ୍ଧା ଜିଲ୍ଲା ପୋଲିସ ବିଭିନ୍ନ ଥାନାରେ ଏବାବଦକୁ ୧୩ ଟି ମାମଲା ରୁଜୁ କରିବା ସହ ୨୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାର ଏସପି ଶ୍ରୀ କଟରିଆ ସୂଚନା ଦେଇଛନ୍ତି।

Related posts