ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍ ଖାନ୍ ଙ୍କୁ କ୍ଲିନ୍ ଚିଟ୍, କର୍ଡେଲିଆ କ୍ରୁଜ୍ ମାମଲାରେ ଚାର୍ଜସିଟ୍ ଫାଇଲ୍ କଲା ଏନସିବି

Published: May 27, 2022, 2:10 pm IST

ମୁମ୍ବାଇ /ନୂଆଦିଲ୍ଲୀ: କର୍ଡେଲିଆ କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡ ତାରକା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ କ୍ଲିନ୍ ଚିଟ୍ ମିଳିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅର୍ଥାତ୍ ଏନସିବି ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରିଛି। ଯେଉଁଥିରେ ଆର୍ଯ୍ୟନ୍ ଏବଂ ଅନ୍ୟ ପାଞ୍ଚଜଣଙ୍କୁ କ୍ଲିନ୍ ଚିଟ୍ ଦିଆଯାଇଛି, ସେମାନଙ୍କ ନାମ ଚାର୍ଜସିଟରେ ନାହିଁ। ଆର୍ଯ୍ୟନ୍ ଙ୍କ ବିରୋଧରେ କୌଣସି ଠୋସ୍ ପ୍ରମାଣ ମିଳିଲା ନାହିଁ, ଯେଉଁମାନଙ୍କ ନାମ ପ୍ରମାଣ ଅଭାବରୁ ଚାର୍ଜସିଟରେ ଅନ୍ତର୍ଭୂକ୍ତ କରାଯାଇ ନାହିଁ, ସେମାନେ ହେଲେ ଆର୍ଯ୍ୟନ୍ ଖାନ୍, ଅବିନ ସାହୁ, ଗୋପାଳ ଜୀ ଆନନ୍ଦ, ସମୀର ସାଇଗାନ୍, ଭାସ୍କର ରୋଡା ଏବଂ ମାନବ ସିଙ୍ଗଲ ମଧ୍ୟ ଅଛନ୍ତି।

ସୂଚନାଯୋଗ୍ୟ ଯେ ଏନସିବି ଏହି ମାମଲାରେ ଆର୍ଯ୍ୟନ୍ ଖାନଙ୍କ ସମେତ ଅନ୍ୟ ୧୯ ଜଣଙ୍କୁ ଅଭିଯୁକ୍ତ କରିଥିଲା। ଅକ୍ଟୋବର ୩ ତାରିଖରେ ମୁମ୍ବାଇର ଉପକୂଳବର୍ତ୍ତୀ ଏକ କ୍ରୁଜ୍ ଜାହାଜରୁ ଆର୍ଯ୍ୟନଙ୍କୁ ଏନସିବି ଗିରଫ କରିଥିଲା। ତେବେ ପରେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା।

Related posts