
ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ଚମ୍ପାଗଡ ଜଙ୍ଗଲରୁ ଦୁଇଟି ଲୁହା ରଡ୍ ବୋଝେଇ ଟ୍ରଲର ଜବତ କରିଛି। ଲୁହା ରଡ୍ ଚୋରା ଚାଲାଣ ଅଭିଯୋଗରେ ଉଭୟ ଟ୍ରଲର ଦୁଇ ଚାଳକ ଏବଂ ୨ ଜଣ ସ୍ଥାନୀୟ ମାଫିଆଙ୍କୁ ଚାନ୍ଦପୁର ପୋଲିସ ଗିରଫ କରିଛି।
ସୂଚନା ଅନୁଯାୟୀ, ଚମ୍ପାଗଡ ଜଙ୍ଗଲରେ ଲୁହା ରଡ୍ ଚୋରା କାରବାର ଚାଲିଥିବାର ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହି ବିଶେଷ ସୂତ୍ରରୁ ଖବର ପାଇଥିଲେ। ସଙ୍ଗେ ସଙ୍ଗେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓଙ୍କ ତତ୍ୱାବଧାନରେ ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ସ୍ଥାନରେ ଚଢାଉ କରି ୨ ଗୋଟି ଲୁହା ରଡ୍ ବୋଝେଇ ଟ୍ରଲର ଜବତ କରିଥିଲା। କର୍ଣ୍ଣାଟକରୁ ବଡବିଲ ଯାଉଥିବା ବେଳେ ଉକ୍ତ ଜଙ୍ଗଲରେ ମାଫିଆ ମାନେ ଲୁହା ରଡ୍ ଚୋରା ଚାଲାଣ କରୁଥିବା ବେଳେ ଚଢାଉ କରାଯାଇଥିଲା। ଚଢାଉ ବେଳେ ୨ ଟ୍ରଲର ଚାଳକଙ୍କ ସହ ୨ ଜଣ ସ୍ଥାନୀୟ ମାଫିଆଙ୍କୁ ଗିରଫ ପୋଲିସ୍ କରିଥିଲା।
ତତସହିତ ସମୁଦାୟ ୪୦ ଫୁଟ ଲମ୍ବର ୬୬ ଗୋଟି ଲୁହା ରଡ଼ ପୋଲିସ ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୭୦ ହଜାର ଟଙ୍କା ହେବ।
ଏହି ସଂକ୍ରାନ୍ତରେ ଚାନ୍ଦପୁର ଥାନାରେ କେଶ ନମ୍ବର ୫୯/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବାର ଆଇଆଇସି କହିଛନ୍ତି।