Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଜୟପାଟଣା ପୋଲିସର ବଡ ସଫଳତା, ଚାଲାଣ ସମୟରେ ୪୨୭ କେଜି ଗଞ୍ଜେଇ ଜବତ
ଅପରାଧ

ଜୟପାଟଣା ପୋଲିସର ବଡ ସଫଳତା, ଚାଲାଣ ସମୟରେ ୪୨୭ କେଜି ଗଞ୍ଜେଇ ଜବତ

May 28, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ମାଫିଆ ମାନେ ସକ୍ରୀୟ ହେଉଥିବା ବେଳେ ଜୟପାଟଣା ପୋଲିସକୁ ବଡ ସଫଳତା ମିଳିଛି। କଳାହାଣ୍ଡି ଏସପି ଅଭିଲାଷ ଜି. ଆଇପିଏସ ଙ୍କ ନିର୍ଦ୍ଦେଶରେ ଜୟପାଟଣା ଥାନାଧିକାରୀ ବାସୁଦେବ ଛତ୍ରୀଆଙ୍କ ନେତୃତ୍ୱରେ ପୋଲିସ ଟିମ କୌଣସି ସୂତ୍ରରୁ ଖବର ପାଇ ଏକ ବୋଲେରୋ ପିକପ ଓଡି ୦୮-ଏଲ-୬୨୨୬ ଗାଡିରେ ପ୍ରତାପପୁର କେନାଲ ରାସ୍ତା ମଧ୍ୟ ଦେଇ ୪୨୭ କେଜି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜବତ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ।

ପଡୋଶୀ ଆନ୍ଧ୍ର ପ୍ରଦେଶ ର ଭେଲାକାଟୁ ଠାରୁ ମହୁଲପାଟଣା ଘାଟି ରେ କୋକସରା ପଟକୁ ଆଣୁଥିବା ବେଳେ ବୋଲେରୋ ଏସଏଲଇ ଓଡି ୩୩-ଏଏ-୨୦୨୭ ଏବଂ ଏକ ଗ୍ଲାମର ଓଡି୦୮-ଗି-୪୧୧୮ ବାଇକ ରେ ରାଜେନ୍ଦ୍ର ଦଣ୍ଡସେନା, ସାଗର ପାଣିଗ୍ରାହୀ, ପିଙ୍କୁ ରାଉତ,ଦୟାସାଗର ପୋଡ, ରିପୁ ପୁଂଜି ଉକ୍ତ ଗଂଜେଇ ଗାଡିକୁ ଏସକର୍ଟ କରି ଆଣୁଥିବା ପୋଲିସ ଜାଣିପାରି ସମସ୍ତଙ୍କୁ ଘଟଣା ସ୍ଥଳରେ ଗିରଫ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ।

ଜୟପାଟଣା ପୋଲିସ ଏମଡିପିଏସ ଆଇନର ଧାରା ୨୦ ଏ.ବି.ସି ଅନୁସାରେ ଥାନା କେଶ ନଂ. ୧୮୬ ତା.୨୭.୦୫.୨୦୨୨ ରେ ଏକ କେଶ ରୁଜ୍ଜୁ କରି କୋକସରା ତେଣ୍ଡାପାଲିର ଟିକେଧର ଗଏନ୍ତା (୩୮. କୃଷ୍ଣ ବିଶି (୫୦) ଓ ଦିବାକର ମାଝୀ (୪୦), ଦାବରୀଗୁଡା ର ଶୋଭା ମାଝୀ (୩୬),ଉଛଲାର ଶଙ୍କର ଧଙ୍ଗଡାମାଝୀ (୪୨),ଜୁନାଗଡ ର ରାଜେନ୍ଦ୍ର ଦଣ୍ଡସେନା (୩୫), ବଡକୁଟ୍ରୁର ସାଗର ପାଣିଗ୍ରାହୀ(୩୦), ବିଜମରାର ପିଙ୍କୁ ରାଉତ (୩୦), ମାଝୀଗୁଡାର ଦୟାସାଗର ପୋଡ (୩୦) ଓ ରିପୁ ପୁଂଜି (୪୨) ଙ୍କୁ ଗିରଫ କରି ୪୨୭ କେଜି ଗଂଜେଇ, ବୋଲେରୋ, ପିକଅପ, ବାଇକ, ପାଂଚ ଗୋଟି ମୋବାଇଲ ଓ ୧୧ହଜାର ୫୬୦ ଟଙ୍କା ଜୟପାଟଣା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ପ୍ରେସ ବିଜ୍ଞପ୍ତିରେ ପ୍ରକାଶ।

କଳାହାଣ୍ଡି ଗଞ୍ଜେଇ ଜବତ ଜୟପାଟଣା ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

କାର ସହ ଗଞ୍ଜେଇ ଜବତ: ୩ ଅଭିଯୁକ୍ତ ଗିରଫ

October 10, 2026

କାହିଁକି ବନ୍ଦ ହେଲା ମେଟ୍ରୋ ଷ୍ଟେସନ ଏବଂ ଟ୍ରେନ?: ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି

October 10, 2026

କଟକଣା ସତ୍ତ୍ୱେ ବେଧଡ଼କ ନିଷିଦ୍ଧ ତମାଖୁ ବେପାର: ବର୍ଷକୁ ଆସୁଛି ୧୨୦୫ କୋଟିର ଗୁଟ୍‌ଖା-ପାନମସଲା

October 10, 2026

ସ୍ୱତନ୍ତ୍ର ଭୋଟର ଅଭିଯାନ: ୩ ଦିନରେ ଗ୍ରହଣ ହେଲା ୩୩,୫୧୫ଟି ଫର୍ମ-୬ ଆବେଦନ

October 10, 2026
Latest News

କାର ସହ ଗଞ୍ଜେଇ ଜବତ: ୩ ଅଭିଯୁକ୍ତ ଗିରଫ

October 10, 2026

କାହିଁକି ବନ୍ଦ ହେଲା ମେଟ୍ରୋ ଷ୍ଟେସନ ଏବଂ ଟ୍ରେନ?: ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି

October 10, 2026

କଟକଣା ସତ୍ତ୍ୱେ ବେଧଡ଼କ ନିଷିଦ୍ଧ ତମାଖୁ ବେପାର: ବର୍ଷକୁ ଆସୁଛି ୧୨୦୫ କୋଟିର ଗୁଟ୍‌ଖା-ପାନମସଲା

October 10, 2026

“ସନ୍ଦେହ ନୁହେଁ, ପ୍ରମାଣ ଦରକାର”: ନିର୍ବାଚନ କମିଶନଙ୍କୁ ସମର୍ଥନ କଲେ ୧୨୪ ଅମଲା

October 10, 2026

ସ୍ୱତନ୍ତ୍ର ଭୋଟର ଅଭିଯାନ: ୩ ଦିନରେ ଗ୍ରହଣ ହେଲା ୩୩,୫୧୫ଟି ଫର୍ମ-୬ ଆବେଦନ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.