ଜୟପାଟଣା ପୋଲିସର ବଡ ସଫଳତା, ଚାଲାଣ ସମୟରେ ୪୨୭ କେଜି ଗଞ୍ଜେଇ ଜବତ

Published: May 28, 2022, 7:55 pm IST

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ମାଫିଆ ମାନେ ସକ୍ରୀୟ ହେଉଥିବା ବେଳେ ଜୟପାଟଣା ପୋଲିସକୁ ବଡ ସଫଳତା ମିଳିଛି। କଳାହାଣ୍ଡି ଏସପି ଅଭିଲାଷ ଜି. ଆଇପିଏସ ଙ୍କ ନିର୍ଦ୍ଦେଶରେ ଜୟପାଟଣା ଥାନାଧିକାରୀ ବାସୁଦେବ ଛତ୍ରୀଆଙ୍କ ନେତୃତ୍ୱରେ ପୋଲିସ ଟିମ କୌଣସି ସୂତ୍ରରୁ ଖବର ପାଇ ଏକ ବୋଲେରୋ ପିକପ ଓଡି ୦୮-ଏଲ-୬୨୨୬ ଗାଡିରେ ପ୍ରତାପପୁର କେନାଲ ରାସ୍ତା ମଧ୍ୟ ଦେଇ ୪୨୭ କେଜି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜବତ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ।

ପଡୋଶୀ ଆନ୍ଧ୍ର ପ୍ରଦେଶ ର ଭେଲାକାଟୁ ଠାରୁ ମହୁଲପାଟଣା ଘାଟି ରେ କୋକସରା ପଟକୁ ଆଣୁଥିବା ବେଳେ ବୋଲେରୋ ଏସଏଲଇ ଓଡି ୩୩-ଏଏ-୨୦୨୭ ଏବଂ ଏକ ଗ୍ଲାମର ଓଡି୦୮-ଗି-୪୧୧୮ ବାଇକ ରେ ରାଜେନ୍ଦ୍ର ଦଣ୍ଡସେନା, ସାଗର ପାଣିଗ୍ରାହୀ, ପିଙ୍କୁ ରାଉତ,ଦୟାସାଗର ପୋଡ, ରିପୁ ପୁଂଜି ଉକ୍ତ ଗଂଜେଇ ଗାଡିକୁ ଏସକର୍ଟ କରି ଆଣୁଥିବା ପୋଲିସ ଜାଣିପାରି ସମସ୍ତଙ୍କୁ ଘଟଣା ସ୍ଥଳରେ ଗିରଫ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ।

ଜୟପାଟଣା ପୋଲିସ ଏମଡିପିଏସ ଆଇନର ଧାରା ୨୦ ଏ.ବି.ସି ଅନୁସାରେ ଥାନା କେଶ ନଂ. ୧୮୬ ତା.୨୭.୦୫.୨୦୨୨ ରେ ଏକ କେଶ ରୁଜ୍ଜୁ କରି କୋକସରା ତେଣ୍ଡାପାଲିର ଟିକେଧର ଗଏନ୍ତା (୩୮. କୃଷ୍ଣ ବିଶି (୫୦) ଓ ଦିବାକର ମାଝୀ (୪୦), ଦାବରୀଗୁଡା ର ଶୋଭା ମାଝୀ (୩୬),ଉଛଲାର ଶଙ୍କର ଧଙ୍ଗଡାମାଝୀ (୪୨),ଜୁନାଗଡ ର ରାଜେନ୍ଦ୍ର ଦଣ୍ଡସେନା (୩୫), ବଡକୁଟ୍ରୁର ସାଗର ପାଣିଗ୍ରାହୀ(୩୦), ବିଜମରାର ପିଙ୍କୁ ରାଉତ (୩୦), ମାଝୀଗୁଡାର ଦୟାସାଗର ପୋଡ (୩୦) ଓ ରିପୁ ପୁଂଜି (୪୨) ଙ୍କୁ ଗିରଫ କରି ୪୨୭ କେଜି ଗଂଜେଇ, ବୋଲେରୋ, ପିକଅପ, ବାଇକ, ପାଂଚ ଗୋଟି ମୋବାଇଲ ଓ ୧୧ହଜାର ୫୬୦ ଟଙ୍କା ଜୟପାଟଣା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ପ୍ରେସ ବିଜ୍ଞପ୍ତିରେ ପ୍ରକାଶ।

Related posts