ଚାନ୍ଦପୁର: ନକଲି ଡିଜେଲ କାରଖାନା ଉପରେ ଚଢାଉ, ପାଞ୍ଚ ଅଭିଯୁକ୍ତ ଗିରଫ

Published: Jun 19, 2022, 11:23 am IST

ଚାନ୍ଦପୁର: ନୟାଗଡ ଜିଲା ଚାନ୍ଦପୁରରେ ନକଲି ଡିଜେଲ କାରଖାନା କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ୫ ଜଣ ଅଭିଯୁକ୍ତକୁ ଗିରଫ କରିଛି ଚାନ୍ଦପୁର ପୋଲିସ୍। ସେମାନଙ୍କ ନିକଟରୁ ୩ ଟି ଅଟୋ ରିକ୍ସା, ୧୩୦୦ ଲିଟର ନୀଳ କିରୋସିନ, ୨୦୦ ଲିଟର ନକଲି ଡିଜେଲ, କିରୋସିନିକୁ ଡିଜେଲ କରିବା ପାଇଁ ବ୍ୟବହାର କରାଯାଉଥିବା ପାଉଡର ଆଦି ଜବତ କରି ତଦନ୍ତ କରୁଛି ଚାନ୍ଦପୁର ପୋଲିସ୍।

ସ୍ୱଳ୍ପ ଖର୍ଚ୍ଚରେ ଅଧିକ ଲାଭ ଆଶା ରଖି ଚାଲିଛି ଅପମିଶ୍ରଣ। ଅତ୍ୟାବଶ୍ୟକୀୟ ସାମଗ୍ରୀ କିରୋସିନିରେ କେମିକାଲ ପାଉଡର ଅପମିଶ୍ରଣ କରି ପ୍ରସ୍ତୁତ କରାଯାଉଛି ଡିଜେଲ। ଏହି ଅପମିଶ୍ରିତ ଡିଜେଲ ଦ୍ଵାରା ଚିଲିକାରେ ଚାଲୁଛି ଶତାଧିକ ମେସିନ ଚାଳିତ ଡଙ୍ଗା। ଏପରିକି କମ ଦାମରେ ଉପଲବ୍ଧ ହେଉଥିବା ନକଲି ଡିଜେଲରେ ମଧ୍ୟ ବିଭିନ୍ନ ଗାଡି ମୋଟର ଚାଲିଛି।

କିଛି ଦିନ ତଳେ ନୟାଗଡ ଏସପି ଅଲେଖ ଚନ୍ଦ୍ର ପହିଙ୍କ ନିର୍ଦ୍ଦେଶକ୍ରମେ ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ବରେ ଗଠିତ ହୋଇଥିବା ଟିମ ଗତକାଲି ଏହି ଥାନା ଅଧିନସ୍ଥ ୧୬ ନମ୍ବର ଜାତୀୟ ରାଜପଥର ବେଣ୍ଟ ଛକ ନିକଟରେ ଚଢାଉ କରି ୧୩ ଶହ ଲିଟର କିରୋସିନ, ଦୁଇ ଶହ ଲିଟର କେମିକାଲ ମିଶ୍ରିତ ନକଲି ଡିଜେଲ, କେମିକାଲ ପାଉଡର, ତିନୋଟି ଅଟୋରିକ୍ସା ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଗତ ଦୁଇ ସପ୍ତାହ ମଧ୍ୟରେ ସମୁଦାୟ ତିନୋଟି ମୋକବ୍ଦମା କରାଯାଇଥିବା ବେଳେ ପାଞ୍ଚ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ଡିଜେଲ ଲିଟର ଏବେ ଏକ ଶହ ଟଙ୍କା ପାଖାପାଖି। ବିଭିନ୍ନ ଅଞ୍ଚଳରୁ ପିଡିଏସ କିରୋସିନ ସଂଗ୍ରହ କରାଯାଇ ସେଥିରେ ଭାଗ ମାପ ଅନୁସାରେ କେମିକାଲ ପାଉଡର ମିଶାଇ ଡିଜେଲ ପରି ଦିଶୁଥିବା ନକଲି ଡିଜେଲ ସରକାରୀ ମୂଲ୍ୟ ଠାରୁ ଯଥେଷ୍ଟ କମ ମୂଲ୍ୟରେ ନିର୍ଦିଷ୍ଟ ବ୍ୟକ୍ତିି ମାନଙ୍କ ଦ୍ବାରା ଯୋଗାଇ ଦିଆଯାଇଥାଏ। ଏହି ଅପମିଶ୍ରିତ ଡିଜେଲ ଚିଲିକାରେ ମେସିନ ଚାଳିତ ଡଙ୍ଗାରେ ବ୍ୟବହାର କରାଯିବା ଫଳରେ ଅନେକ ସମୟରେ ଚିଲିକା ମଧ୍ୟରେ ଡଙ୍ଗା ଅଟକି ରହିବା ଏପରିକି ଦୂର୍ଘଟଣା ମଧ୍ୟ ଘଟୁଥିବାର ଅନେକ ଉଦାହରଣ ରହିଛି।

ଏହି ନକଲି ଡିଜେଲ ମଧ୍ୟ ଅଧିକାଶଂ ଲାଭଖୋର ଗାଡି ମାଲିକ, ଟ୍ରକ, ମିନିଟ୍ରକ, ଜେସିବି ଏପରିକି କିଛି ବସ ମାଲିକ ମଧ୍ୟ ବ୍ୟବହାର କରି ବାୟୁ ପ୍ରଦୂଷଣ କରୁଥିବାର ଯଥେଷ୍ଟ ଉଦାହରଣ ରହିଛି।

ସବୁଠାରୁ ସମ୍ବେଦନଶୀଳ ବିଷୟ ହେଲାକି ରାଜ୍ୟ ଜାତୀୟ ରାଜପଥ ଦେଇ ଯାଉଥିବା ଡିଜେଲ ଟ୍ୟାଙ୍କର ଗୁଡିକୁ ନିର୍ଦିଷ୍ଟ ନିକାଞ୍ଚନ ସ୍ଥାନରେ ରଖାଯାଇ ସେଥୁରୁ ଶହ ଶହ ଲିଟର ପ୍ରକୃତ ଡିଜେଲ କଢ଼ାଯାଇ ଅପମିଶ୍ରିତ ଡିଜେଲ ଭର୍ତି କରାଯାଉଥିବା ମଧ୍ୟ ଆଇଆଇସି ଶ୍ରୀ ଦାସ ସୂଚନା ପ୍ରଦାନ କରିଛନ୍ତି।

ଏହିସବୁ ବେଆଇନ କାର୍ଯ୍ୟ ଗୁଡିକ ଦିର୍ଘ ଦିନ ଧରି କରାଯାଉଥିବା ଅଭିଯୋଗ ପାଇବାପରେ ଗତକାଲି ଚଢାଉ କରିି ୧୩ ଶହ ଲିଟର କିରୋସିନ, ୨ ଶହ ଲିଟର କେମିକାଲ ମିଶ୍ରିତ ଭେଜାଲ ଡିଜେଲ,କେମିକାଲ ପାଉଡର, ତିନୋଟି ଅଟୋରିକ୍ସା ଜବତ କରିଥିବା ବେଳେ ଟାଙ୍ଗୀ ଥାନା ଅଧିନସ୍ଥ ଜରିପଡା ଡିଗିରି ସାହିର ଜିତେନ୍ଦ୍ର ବେହେରା ଓ ସୁକାନ୍ତ ବେହେରାଙ୍କୁ ଗିରଫ କରିଛି ପୋଲିସ୍।

ଏହି ସବୁ ଘଟଣାରେ ଚାନ୍ଦପୁର ପୋଲିସ ଚଳିତ ମାସ ୬ ତାରିଖ ଠାରୁ ଆଜିି ସୁଦ୍ଧା ଥାନାରେ କେଶ ନମ୍ବର ୭୧, ୭୨ ଓ ୮୨ ରେ ଭାରତୀୟ ପିଙ୍ଗଳ କୋର୍ଡ ଧାରା ୩୭୯, ୪୧୧, ୪୨୦ ଇସି ଆକ୍ଟରେ ମାମଲା ରୁଜୁ କରାଯାଇଥିବାବେଳେ ଆଜି ଗିରଫ ହୋଇଥିବା ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ମିଶାଇ ସମୁଦାୟ ପାଞ୍ଚ ଜଣ ଅଭିଯୁକ୍ତ ଗିରଫ ହୋଇଥିବାର ଜଣାପଡିଛିା

Related posts