Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଚାନ୍ଦପୁର: ନକଲି ଡିଜେଲ କାରଖାନା ଉପରେ ଚଢାଉ, ପାଞ୍ଚ ଅଭିଯୁକ୍ତ ଗିରଫ
ଅପରାଧ

ଚାନ୍ଦପୁର: ନକଲି ଡିଜେଲ କାରଖାନା ଉପରେ ଚଢାଉ, ପାଞ୍ଚ ଅଭିଯୁକ୍ତ ଗିରଫ

June 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚାନ୍ଦପୁର: ନୟାଗଡ ଜିଲା ଚାନ୍ଦପୁରରେ ନକଲି ଡିଜେଲ କାରଖାନା କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ୫ ଜଣ ଅଭିଯୁକ୍ତକୁ ଗିରଫ କରିଛି ଚାନ୍ଦପୁର ପୋଲିସ୍। ସେମାନଙ୍କ ନିକଟରୁ ୩ ଟି ଅଟୋ ରିକ୍ସା, ୧୩୦୦ ଲିଟର ନୀଳ କିରୋସିନ, ୨୦୦ ଲିଟର ନକଲି ଡିଜେଲ, କିରୋସିନିକୁ ଡିଜେଲ କରିବା ପାଇଁ ବ୍ୟବହାର କରାଯାଉଥିବା ପାଉଡର ଆଦି ଜବତ କରି ତଦନ୍ତ କରୁଛି ଚାନ୍ଦପୁର ପୋଲିସ୍।

ସ୍ୱଳ୍ପ ଖର୍ଚ୍ଚରେ ଅଧିକ ଲାଭ ଆଶା ରଖି ଚାଲିଛି ଅପମିଶ୍ରଣ। ଅତ୍ୟାବଶ୍ୟକୀୟ ସାମଗ୍ରୀ କିରୋସିନିରେ କେମିକାଲ ପାଉଡର ଅପମିଶ୍ରଣ କରି ପ୍ରସ୍ତୁତ କରାଯାଉଛି ଡିଜେଲ। ଏହି ଅପମିଶ୍ରିତ ଡିଜେଲ ଦ୍ଵାରା ଚିଲିକାରେ ଚାଲୁଛି ଶତାଧିକ ମେସିନ ଚାଳିତ ଡଙ୍ଗା। ଏପରିକି କମ ଦାମରେ ଉପଲବ୍ଧ ହେଉଥିବା ନକଲି ଡିଜେଲରେ ମଧ୍ୟ ବିଭିନ୍ନ ଗାଡି ମୋଟର ଚାଲିଛି।

କିଛି ଦିନ ତଳେ ନୟାଗଡ ଏସପି ଅଲେଖ ଚନ୍ଦ୍ର ପହିଙ୍କ ନିର୍ଦ୍ଦେଶକ୍ରମେ ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ବରେ ଗଠିତ ହୋଇଥିବା ଟିମ ଗତକାଲି ଏହି ଥାନା ଅଧିନସ୍ଥ ୧୬ ନମ୍ବର ଜାତୀୟ ରାଜପଥର ବେଣ୍ଟ ଛକ ନିକଟରେ ଚଢାଉ କରି ୧୩ ଶହ ଲିଟର କିରୋସିନ, ଦୁଇ ଶହ ଲିଟର କେମିକାଲ ମିଶ୍ରିତ ନକଲି ଡିଜେଲ, କେମିକାଲ ପାଉଡର, ତିନୋଟି ଅଟୋରିକ୍ସା ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଗତ ଦୁଇ ସପ୍ତାହ ମଧ୍ୟରେ ସମୁଦାୟ ତିନୋଟି ମୋକବ୍ଦମା କରାଯାଇଥିବା ବେଳେ ପାଞ୍ଚ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ଡିଜେଲ ଲିଟର ଏବେ ଏକ ଶହ ଟଙ୍କା ପାଖାପାଖି। ବିଭିନ୍ନ ଅଞ୍ଚଳରୁ ପିଡିଏସ କିରୋସିନ ସଂଗ୍ରହ କରାଯାଇ ସେଥିରେ ଭାଗ ମାପ ଅନୁସାରେ କେମିକାଲ ପାଉଡର ମିଶାଇ ଡିଜେଲ ପରି ଦିଶୁଥିବା ନକଲି ଡିଜେଲ ସରକାରୀ ମୂଲ୍ୟ ଠାରୁ ଯଥେଷ୍ଟ କମ ମୂଲ୍ୟରେ ନିର୍ଦିଷ୍ଟ ବ୍ୟକ୍ତିି ମାନଙ୍କ ଦ୍ବାରା ଯୋଗାଇ ଦିଆଯାଇଥାଏ। ଏହି ଅପମିଶ୍ରିତ ଡିଜେଲ ଚିଲିକାରେ ମେସିନ ଚାଳିତ ଡଙ୍ଗାରେ ବ୍ୟବହାର କରାଯିବା ଫଳରେ ଅନେକ ସମୟରେ ଚିଲିକା ମଧ୍ୟରେ ଡଙ୍ଗା ଅଟକି ରହିବା ଏପରିକି ଦୂର୍ଘଟଣା ମଧ୍ୟ ଘଟୁଥିବାର ଅନେକ ଉଦାହରଣ ରହିଛି।

ଏହି ନକଲି ଡିଜେଲ ମଧ୍ୟ ଅଧିକାଶଂ ଲାଭଖୋର ଗାଡି ମାଲିକ, ଟ୍ରକ, ମିନିଟ୍ରକ, ଜେସିବି ଏପରିକି କିଛି ବସ ମାଲିକ ମଧ୍ୟ ବ୍ୟବହାର କରି ବାୟୁ ପ୍ରଦୂଷଣ କରୁଥିବାର ଯଥେଷ୍ଟ ଉଦାହରଣ ରହିଛି।

ସବୁଠାରୁ ସମ୍ବେଦନଶୀଳ ବିଷୟ ହେଲାକି ରାଜ୍ୟ ଜାତୀୟ ରାଜପଥ ଦେଇ ଯାଉଥିବା ଡିଜେଲ ଟ୍ୟାଙ୍କର ଗୁଡିକୁ ନିର୍ଦିଷ୍ଟ ନିକାଞ୍ଚନ ସ୍ଥାନରେ ରଖାଯାଇ ସେଥୁରୁ ଶହ ଶହ ଲିଟର ପ୍ରକୃତ ଡିଜେଲ କଢ଼ାଯାଇ ଅପମିଶ୍ରିତ ଡିଜେଲ ଭର୍ତି କରାଯାଉଥିବା ମଧ୍ୟ ଆଇଆଇସି ଶ୍ରୀ ଦାସ ସୂଚନା ପ୍ରଦାନ କରିଛନ୍ତି।

ଏହିସବୁ ବେଆଇନ କାର୍ଯ୍ୟ ଗୁଡିକ ଦିର୍ଘ ଦିନ ଧରି କରାଯାଉଥିବା ଅଭିଯୋଗ ପାଇବାପରେ ଗତକାଲି ଚଢାଉ କରିି ୧୩ ଶହ ଲିଟର କିରୋସିନ, ୨ ଶହ ଲିଟର କେମିକାଲ ମିଶ୍ରିତ ଭେଜାଲ ଡିଜେଲ,କେମିକାଲ ପାଉଡର, ତିନୋଟି ଅଟୋରିକ୍ସା ଜବତ କରିଥିବା ବେଳେ ଟାଙ୍ଗୀ ଥାନା ଅଧିନସ୍ଥ ଜରିପଡା ଡିଗିରି ସାହିର ଜିତେନ୍ଦ୍ର ବେହେରା ଓ ସୁକାନ୍ତ ବେହେରାଙ୍କୁ ଗିରଫ କରିଛି ପୋଲିସ୍।

ଏହି ସବୁ ଘଟଣାରେ ଚାନ୍ଦପୁର ପୋଲିସ ଚଳିତ ମାସ ୬ ତାରିଖ ଠାରୁ ଆଜିି ସୁଦ୍ଧା ଥାନାରେ କେଶ ନମ୍ବର ୭୧, ୭୨ ଓ ୮୨ ରେ ଭାରତୀୟ ପିଙ୍ଗଳ କୋର୍ଡ ଧାରା ୩୭୯, ୪୧୧, ୪୨୦ ଇସି ଆକ୍ଟରେ ମାମଲା ରୁଜୁ କରାଯାଇଥିବାବେଳେ ଆଜି ଗିରଫ ହୋଇଥିବା ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ମିଶାଇ ସମୁଦାୟ ପାଞ୍ଚ ଜଣ ଅଭିଯୁକ୍ତ ଗିରଫ ହୋଇଥିବାର ଜଣାପଡିଛିା

ଚାନ୍ଦପୁର ପାଞ୍ଚ ଅଭିଯୁକ୍ତ ଗିରଫ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

October 2, 2026

ଜଳ ଯୋଦ୍ଧାମାନଙ୍କୁ ଆତିଥ୍ୟ ପ୍ରଦାନ କଲେ କେନ୍ଦ୍ର ଜଳ ଶକ୍ତି

October 2, 2026

୫୭ତମ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ: ମିଡିଆ ପ୍ରତିନିଧିଙ୍କ ପାଇଁ ଆକ୍ରିଡିଟେସନ୍‍ ଆବେଦନ ଉନ୍ମୁକ୍ତ

October 2, 2026

ଡିଜିଟାଲ୍ ସଂଯୋଗୀକରଣ ଏବଂ ଗ୍ରାହକ ସେବା ପ୍ରତି ବିଏସଏନଏଲ ଓଡ଼ିଶା ରହିଛି ସଂକଳ୍ପବଦ୍ଧ

October 2, 2026
Latest News

ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

October 2, 2026

ଦେଶର ଅର୍ଥନୀତିରେ ନୂଆ ରେକର୍ଡ: ସେପ୍ଟେମ୍ବରରେ ୨ ଲକ୍ଷ କୋଟି ଟପିଲା ଜିଏସ୍‌ଟି ସଂଗ୍ରହ

October 2, 2026

୨୦୦୮ ଅହମଦାବାଦ ବିସ୍ଫୋରଣ ମାମଲା: ମୁଜାହିଦିନ୍ ଆତଙ୍କୀର ମୃତ୍ୟୁଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

October 2, 2026

ଜଳ ଯୋଦ୍ଧାମାନଙ୍କୁ ଆତିଥ୍ୟ ପ୍ରଦାନ କଲେ କେନ୍ଦ୍ର ଜଳ ଶକ୍ତି

October 2, 2026

ହୱାଲା ଜରିଆରେ ଆସିଥିଲା ୯ କୋଟି: ୟାସିନ୍ ମଲିକଙ୍କ ସମେତ ୭ ଜଣଙ୍କ ବିରୋଧରେ ଚାର୍ଜଫ୍ରେମ୍ ନିର୍ଦ୍ଦେଶ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.