Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଦୁଇ ଲଶ୍କର ଆତଙ୍କବାଦୀଙ୍କୁ ଧରିଲେ ଗ୍ରାମବାସୀ, ୨ ଲକ୍ଷ ପୁରସ୍କାର ପ୍ରଦାନ କଲେ ଡିଜିପି
ଅପରାଧ

ଦୁଇ ଲଶ୍କର ଆତଙ୍କବାଦୀଙ୍କୁ ଧରିଲେ ଗ୍ରାମବାସୀ, ୨ ଲକ୍ଷ ପୁରସ୍କାର ପ୍ରଦାନ କଲେ ଡିଜିପି

July 3, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ କ୍ରମାଗତ ଭାବରେ ଆତଙ୍କବାଦୀଙ୍କୁ ହଟାଇବାରେ ନିୟୋଜିତ ଅଛନ୍ତି। ଆତଙ୍କବାଦୀଙ୍କ ସହ ପ୍ରତିଦିନ ଏନକାଉଣ୍ଟର ଖବର ସାମ୍ନାକୁ ଆସୁଛି। ଯେଉଁଥିରେ ଆତଙ୍କବାଦୀମାନେ ମୃତ୍ୟୁବରଣ କରୁଛନ୍ତି କିମ୍ବା କିଛି ଆତ୍ମସମର୍ପଣ କରୁଛନ୍ତି। କିନ୍ତୁ ବର୍ତ୍ତମାନ କାଶ୍ମୀରରୁ ଏଭଳି ଖବର ବାହାରିଛି, ଯାହା ସେନା ଏବଂ ସୁରକ୍ଷା ବାହିନୀ ପାଇଁ ବହୁତ ସହାୟକ ହୋଇପାରେ। କାଶ୍ମୀରର ରେସି ଜିଲ୍ଲାରେ ସୁରକ୍ଷା ବାହିନୀ ନୁହେଁ ବରଂ ଗାଁର ଲୋକମାନେ ଦୁଇ ଆତଙ୍କବାଦୀଙ୍କୁ ଧରିଛନ୍ତି। ଉଭୟ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି।

ସୂଚନାନୁସାରେ, ଉଭୟ ଆତଙ୍କବାଦୀ ଲଶ୍କର-ଏ-ତୋଇବା ସହିତ ଜଡିତ ଥିଲେ। ଉଭୟ ତୁକସାନ ଗ୍ରାମରେ ଲୁଚି ରହିଥିବାଆ ବେଳେ ଗାଁର କିଛି ଲୋକ ସେମାନଙ୍କୁ ଧରିଥିଲେ। ଆତଙ୍କବାଦୀଙ୍କୁ ଧରିବା ପରେ ପୋଲିସକୁ ସୂଚନା ଦିଆଯାଇଥିଲା ଏବଂ ଉଭୟଙ୍କୁ ଗିରଫ କରାଯାଇଥିଲା। ଗ୍ରାମବାସୀଙ୍କ ଏହି ସାହସିକତା ପାଇଁ ଡିଜିପି ସେମାନଙ୍କୁ ଦୁଇ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।

ପ୍ରକାଶ ଥାଉ କି ଜମ୍ମୁ କାଶ୍ମୀରରେ ଭାରତୀୟ ସେନାର ଅପରେସନ୍ ଅଲ୍ ଆଉଟ୍ ଜାରି ରହିଛି। ଯେଉଁଥିରେ ଏପର୍ଯ୍ୟନ୍ତ ଶହ ଶହ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅପରେସନ୍ ପରେ ସୀମାରେ ଅନୁପ୍ରବେଶ ମଧ୍ୟ ପ୍ରାୟ ସମାପ୍ତ ହୋଇଛି। କିନ୍ତୁ ଟାର୍ଗେଟ କିଲିଂ ଯୋଗୁଁ ସୁରକ୍ଷା ବାହିନୀ ସତର୍କ ଅଛନ୍ତି। ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି। ଏଭଳି ପରିସ୍ଥିତିରେ ଆତଙ୍କବାଦୀଙ୍କ ଉପରେ କାଶ୍ମୀରବାସୀ କ୍ରୋଧ ଭରି ରହିଛି। ସେଥିପାଇଁ ଆତଙ୍କବାଦୀଙ୍କୁ ଧରିବାରେ ବର୍ତ୍ତମାନ ସେନାକୁ ସାହାଯ୍ୟ କରାଯାଉଛି। ଲୋକଙ୍କ ଏହି ସାହସକୁ ପୋଲିସ ଏବଂ ସେନା ପ୍ରଶଂସା କରିଛନ୍ତି। ବର୍ତ୍ତମାନ ଅମରନାଥ ଯାତ୍ରାକୁ ଦୃଷ୍ଟିରେ ରଖି ସମଗ୍ର ଉପତ୍ୟକାର ସୁରକ୍ଷା କଡାକଡି ହୋଇଛି, ପ୍ରତ୍ୟେକ ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ନଜର ରଖାଯାଉଛି।

ଜମ୍ମୁ କାଶ୍ମୀର ଡିଜିପି ଲଶ୍କର ଆତଙ୍କବାଦୀ ସୁରକ୍ଷା ବାହିନୀ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026

ପ୍ରିଜିମ୍‍-ଏସଜି ପୋର୍ଟାଲର ଶୁଭାରମ୍ଭ

March 26, 2026

ଇମିଗ୍ରେସନ, ଭିସା, ବିଦେଶୀ ପଞ୍ଜୀକରଣ ଏବଂ ଟ୍ରାକିଂ ଯୋଜନା ଜାରି ରଖିବାକୁ କ୍ୟାବିନେଟ ମଞ୍ଜୁରି

March 26, 2026

ଆଜି ମାର୍ଚ୍ଚ ୨୬ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ କଥାବାର୍ତ୍ତାରେ ସାବଧାନ ରୁହନ୍ତୁ

March 26, 2026
Latest News

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026

ପ୍ରିଜିମ୍‍-ଏସଜି ପୋର୍ଟାଲର ଶୁଭାରମ୍ଭ

March 26, 2026

ଇମିଗ୍ରେସନ, ଭିସା, ବିଦେଶୀ ପଞ୍ଜୀକରଣ ଏବଂ ଟ୍ରାକିଂ ଯୋଜନା ଜାରି ରଖିବାକୁ କ୍ୟାବିନେଟ ମଞ୍ଜୁରି

March 26, 2026

ଆଜି ମାର୍ଚ୍ଚ ୨୬ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ କଥାବାର୍ତ୍ତାରେ ସାବଧାନ ରୁହନ୍ତୁ

March 26, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଏଇ ରବିବାର ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ” 

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.