ବାରହା ମାଂସ, ଦେଶୀ ବନ୍ଧୁକ ସହ ଅଭିଯୁକ୍ତ ଗିରଫ

Published: Jul 5, 2022, 3:55 pm IST

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ରେଞ୍ଜର ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗଲରୁ ଅବାଧରେ ଜନ୍ତୁ ଶୀକାର କରିବା ଅଭିଯୋଗରେ ବନବିଭାଗ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ରେଞ୍ଜର ଜଗନ୍ନାଥପ୍ରସାଦ ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗରଲେ ଅବାଧରେ ଜନ୍ତୁ ଶୀକାର କରୁଥିବା ବନବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ରେଞ୍ଜର ଅଶ୍ବିନୀ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର ଅନୀଲ କିସାନ୍ ଏବଂ ବନବିଭାଗର କର୍ମଚାରୀମାନେ ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗଲରେ ଚଢଉ କରି ଜଗନ୍ନାଥ ପ୍ରସାଦ ଗ୍ରାମର ବାବୁଲା ଶବର (୪୫) କୁ ଧରିବା ସହ ଆଉ ୨ ଜଣଙ୍କୁ ମଧ୍ୟ ବନବିଭାଗ ଅଟକ ରଖିଥିଲା।

ବାବୁଲା ପାଖରୁ ବନବିଭାଗ ଅଧାକେଜି ବାରହା ମାଂସ ସହ ଏକ ଦେଶୀ ବନ୍ଧୁକ ଜବତ କରିିଥିଲା। ଅଟକ ରଖିଥିବା ୨ ଜଣ ଏହି କାମରେ ସମ୍ପୃକ୍ତି ନ ଥିବାରୁ ସେମାନଙ୍କୁ ବନବିଭାଗ ପଚରା ଉଚୁରା କରି ଛାଡ଼ି ଦେଇଥିବା ଜଣା ପଡ଼ିଛି।

Related posts