ଡାକ୍ତରଖାନାରେ ନାବାଳିକାକୁ ଅସଦାଚରଣ ଉଦ୍ୟମ କରି ସିକ୍ୟୁରିଟି ଗାର୍ଡ ଗିରଫ

Published: Jul 9, 2022, 4:57 pm IST

କନ୍ଦର୍ପ ବେହେରା

ରେଢାଖୋଲ: ରେଢ଼ାଖୋଲ ଡାକ୍ତରଖାନାରେ ଜନୈକ ସିକ୍ୟୁରିଟି ଗାର୍ଡ ଜଣେ ନାବାଳିକାକୁ ଅସଦାଚରଣ କରିଥିବା ରେଢ଼ାଖୋଲ ଡାକ୍ତରଖାନାରେ ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ରେଢାଖୋଲ ଏନଏସି ଅଞ୍ଚଳର ହୋଇ ଥିବା ବେଳେ ସେ ଏବେ ରେଢାଖୋଲ ବ୍ଲକ ଅଞ୍ଚଳର ଏକ ସରକାରୀ ହାଇସ୍କୁଲରେ ୧୦ମ ଶ୍ରେଣୀରେ ପାଠ ପଢୁଛନ୍ତି।

ନାବାଳିକାଙ୍କ ଅଭିଯୋଗ ଅନୁସାରେ ଗତ କିଛି ଦିନ ପୂର୍ବରୁ ତାଙ୍କ ବାପାଙ୍କ ଦେହ ଖରାପ ହେବାରୁ ସେ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ବାପାଙ୍କୁ ଭର୍ତ୍ତି କରିଥିଲେ। ସେ ଏବଂ ତାଙ୍କ ମାଁ ଉଭୟେ ମିଶି ବାପାଙ୍କ ପାଖରେ ଥାଇ ଜଗାରଖା କରୁଥିଲେ। ହେଲେ ଗୁରୁବାର ରାତି ୧ ଟା ତଥା ଶୁକ୍ରବାର ଭୋର ସମୟରେ ଡାକ୍ତରଖାନାରେ କାର୍ଯ୍ୟରତ ଗଣେଶ ସାହୁ ନାମକ ସିକ୍ୟୁରିଟୀ ଗାର୍ଡ ଆସି ସେ ତାଙ୍କ ମାଁ ଙ୍କ ପାଖରେ ଶୋଇଥିବା ସମୟରେ ଅସଦାଚରଣ କରିବା ପାଇଁ ଜୋର୍ ଜବରଦସ୍ତ ଉଦ୍ୟମ କରିଥିଲା।

ପରେ  ଝିଅଟି ଏହାକୁ ବିରୋଧ କରି ଜୋର ପାଟି କରିବାରୁ ପାଖରେ ଶୋଇଥିବା ତାଙ୍କ ମା ଉଠିପଡିଥିଲେ। ଝିଅଟିର ମାକୁ ଦେଖି ଉକ୍ତ ସିକ୍ୟୁରିଟୀ ଜଣକ ସେଠାରୁ ଚମ୍ପଟ  ମାରିଥିଲା।  ତାପରେ ଉଭୟେ ମାଁ ଝିଅ ଉକ୍ତ ସିକ୍ୟୁରିଟୀ ଗାର୍ଡକୁ ପିଛା କରିଥିଲେ। ହେଲେ ସିକ୍ୟୁରିଟୀ ଗାର୍ଡ ଜଣକ ଡିୟୁଟି ଡ୍ରେସ୍ ଖୋଲି ଅନ୍ୟଏକ ସାଧାରଣ ପ୍ୟାଣ୍ଟ୍ ସାର୍ଟ ପିନ୍ଧି ବାହାରି ଥିବା   ଦେଖିବାକୁ ପାଇ ଥିଲେ।

ଏନେଇ ନାବାଳିକା ଜଣଙ୍କ ଘଟଣା ପରେ ଡାକ୍ତରଖାନା ଷ୍ଟାଫ ଓ ପୋଲିସକୁ ମୌଖିକ ଭାବରେ ଜଣାଇ ଥିଲେ। ପୋଲିସ ରାତିରେ ତଦନ୍ତ କରି ଫେରି ଥିବାବେଳେ ଆଜି ମାମଲା ରୁଜୁ କରିଛି ପୋଲିସ୍। ରେଢ଼ାଖୋଲ ଥାନା କେସ୍ ନଂ ୧୪୧ ତା ୮/୭/୨୦୨୨ ୟୁ/ଏସ୍ ୩୫୪ (ଏ) ୩୫୪ (ବି) ଆଇପିସି ସେକସନ୍ ୮. ପୋସକୋ ଆଇନ୍ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣା ପଡ଼ିଛି।

Related posts