Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବିନୀକାରୁ ୯୩୧ କାଟୁନ୍ ବିଦେଶୀ ମଦ ଉଦ୍ଧାର, ୩ ଗିରଫ
ଅପରାଧ

ବିନୀକାରୁ ୯୩୧ କାଟୁନ୍ ବିଦେଶୀ ମଦ ଉଦ୍ଧାର, ୩ ଗିରଫ

July 12, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ମୋଚିବାହାଳରୁ ଚୋରି ହୋଇଥିବା ୯୩୧ କାଟୁନ୍ ବିଦେଶୀ ମଦ ସହ ଏଥିରେ ସଂପୃକ୍ତି ଥିବା ୩ ଜଣଙ୍କୁ ପୋଲିସ୍ ଗିରଫ କରିଛି। ଏହା ସହ ସେମାନେ ବ୍ୟବହାର କରୁଥିବା ଏକ ଡିଜାୟର ଗାଡିକୁ ଜବତ କରିବାରେ ସଫଳ ହୋଇଛି।

ରେଢାଖୋଲ ଏସ୍‌ଡିପିଓ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ, ଜବତ ବିଦେଶୀ ମଦ, ଏଥିରେ ସଂପୃକ୍ତ ବ୍ୟକ୍ତି, ସେମାନେ ବ୍ୟବହାର କରୁଥିବା ଗାଡିକୁ ବିନିକାରୁ ଜବତ କରିଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ତା ୨୮ଜୁଲାଇ ରେ ପୁରୀ ଜିଲ୍ଲା ନିମାପଡା ଠାରେ ଥିବା ୟୁନାଇଟେଡ୍ ସ୍ପିରିଟ କଂପାନୀରୁ ଟ୍ରକ୍‌ (ଓଆର୍ ୦୫ ଡବ୍ଲୁ ୭୭୭୯) ଯୋଗେ ସମ୍ବଲପୁର ଅଭିମୁଖେ ଆସୁଥିଲା। ଗାଡିର ଡ୍ରାଇଭର ରଞ୍ଜନ କୁମାର ବାରିକ ଥିଲେ। ୨୯/୩୦ ଜୁଲାଇ ରାତି ୧ ଟାରେ ମୋଚିବାହାଳ ଠାରେ ଟ୍ରକଟି ପହଂଚିବା କ୍ଷଣି ୫ ଜଣ ଡକାୟତି ଡ୍ରାଇଭରର ମୁହଁରେ ଗାମୁଛା ବାନ୍ଧି ତାକୁ ଡିମିରିକୁଦା ନିକଟରେ ଛାଡି ପଳାଇଥିଲେ। ଡକାୟତି କରିଥିବା ମଦ ସହ ଟ୍ରକକୁ ରେଢାଖୋଲ ସ୍ଥିତ ପୁରୁଣା ପେଟ୍ରୋଲ୍ ପମ୍ପ ନିକଟରେ ରଖିଥିଲେ।

ଅଭିଯୁକ୍ତମାନେ ସୁଇଫଟ୍ ଡିଜାୟରରେ ରେଢାଖୋଲ ସହରରେ ଅତି ଚତୁରତାର ସହ ପରିଦର୍ଶନ କରୁଥିଲେ। ସେଇ ଦିନ ଡକାୟତିମାନେ ସକାଳ ୧୧ ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ସେଇ ପୁରୁଣା ପେଟ୍ରୋଲ୍ ପମ୍ପ ନିକଟରେ ଥିଲେ। ତା’ ପରେ ସେମାନେ ବିନୀକା ଅଂଚଳକୁ ମଦ ଗାଡି ଧରିଯିବାରେ ସଫଳ ହୋଇଥିଲେ।

ହରିଆନାର ମୁକେଶ କୁମାର ଚାରମାଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ସମ୍ବଲପୁର ଏସ୍ ପିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ବିଭିନ୍ନ ସ୍ଥାନକୁ ମଧ୍ୟ ଖବର ପଠାଇଥିଲା ପୋଲିସ୍। ଏପରିକି ସାଇନ୍‌ଟିଫିକ୍ ଟିମ୍, ସନ୍ଧାନୀ କୁକୁର, ବିଭିନ୍ନ ଟେକନିକାଲ୍‌ର ବ୍ୟବସ୍ଥା କରିଥିଲା।

ଗତ ତା ୧୧/୭ ରେ ବିନୀକା ରୁ ଚାରମାଳ ପୋଲିସ୍ ବିଦେଶୀ ମଦ ସହ ଗାଡିକୁ ଜବତ କରିବାରେ ସଫଳ ହେବା ସହ ଏଥିରେ ସଂପୃକ୍ତି ଥିବା ୩ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା। ଏଥିରେ ସଂପୃକ୍ତି ଥିବା ଡକାୟତି ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଉଦୟପୁର ଗ୍ରାମର ଅଶ୍ୱିନୀ ବଗର୍ତି (୩୦), କିଆକଟା ଥାନା ସିଆନ୍ ବେରୁନି ଗ୍ରାମର ବିଭୂରେନ୍ଦ୍ର ମଲ୍ଲିକ (୨୬), ସୋନପୁର ଜିଲ୍ଲା ବିନିକା ଥାନା ବିଶାଲ୍ ପାଲି ଗ୍ରାମର ଡୋଲାମଣି ସଲ୍‌ମା (୩୦)କୁ ପୋଲିସ୍ ଗିରଫ କରି କୋର୍ଟଚାଲାଣ କରିଥିବା ପୋଲିସ୍ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛି। ଡକାୟତି ହୋଇଥିବା ମୋଟ୍ ୯୩୧ କାଟୁନ୍ ବିଦେଶୀମଦକୁ ପୋଲିସ୍ ଜବତ କରିବା ସହ ସୁଇଫଟ୍ ଡିଜାର ଓଡି ୦୨ ବିଏନ୍ ୯୧୬୪ ଏବଂ ଟ୍ରକ୍ ନଂ ଓଆର୍ ୦୫ ଡବ୍ଲୁ ୭୭୭୯ କୁ ଜବତ କରିଛି। ଜବତ ବିଦେଶୀ ମଦର ମୂଲ୍ୟ ୪୩ ଲକ୍ଷ ୮୫ ହଜାର ଟଙ୍କା ହେବ ବୋଲି ଜଣା ପଡିଛି।

ଏହି ଡକାୟତି ମାନଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧୀକ ମାମଲାରେ କେସ୍ ଥିବା ପୋଲିସ୍ କହିଛି। ଅଶ୍ୱିନୀ ବଗର୍ତି ନାମରେ ହଣ୍ଡପା ଥାନା କେସ୍ ନଂ ୮୦ ତା ୮/୧୦/୨୦୧୫ ୟୁ/ଏସ୍ ୩୬୩/୩୯୫/୩୯୭ ଆଇପିସି, ବିଭୁରେନ୍ଦ୍ର ମଲ୍ଲିକ ନାମରେ ରେଢାଖୋଲ ଥାନାରେ କେସ୍ ନଂ ୧୪୫ ତା୨୯/୮/୨୦୧୭ ୟୁଏସ୍ -୪୫୭/୩୮୦ ଆଇପିସି, ଖଣ୍ଡଗିରି ଥାନା କେସ୍ ନଂ ୨୩/୫/୨୦୧୭ ୟୁଏସ୍ ୨୫/୨୭ ଆର୍ମ ଆକ୍ଟ . ଆଠମଲ୍ଲୀକ ଥାନା କେସ୍ ନଂ ୪୨ ତା୨୦/୫୨୦୧୬, ୟୁଏସ୍ ୪୫୭/୩୮୦ ଆଇପିସି, ଏବଂ ଆଠମଲ୍ଲୀକ ଥାନା କେସ୍ ନଂ ୬୧ ତା ୧୬/୮/୨୦୧୬ ୟୁଏସ୍ ୪୫୭/୩୮୦/୩୪୧ ଆଇପିସି, ଆଠମଲ୍ଲୀକ ଥାନା କେସ୍ ନଂ ୬୭ ତା ୧୬/୮/୨୦୧୬ ୟୁଏସ୍ ୪୫୭/୩୮୦ ଆଇପିସି ମାମଲା ଥିବା ପୋଲିସ୍ ପ୍ରକାଶ କରିଛି।

ଚାରମାଳ ଥାନା କେସ୍ ନଂ ୯୦ ତା ୧/୭/୨୦୨୨ ୟୁଏସ୍ ୩୯୫ ଆପିସିରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବା ପୋଲିସ୍ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛି।

ସମ୍ବଲପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଏମ୍ସ ଭୁବନେଶ୍ୱରର ଅନନ୍ୟ ସଫଳତା: ୧୦୦ଟି ସଫଳ ରୋବୋଟିକ୍ ଅସ୍ତ୍ରୋପଚାର ସମ୍ପନ୍ନ

July 10, 2026

ପାଲଲହଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ ସହ ଅସ୍ଥାୟୀ କ୍ୟାମ୍ପସ ଉଦଘାଟିତ

July 10, 2026

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ବିରୋଧ କରି ଝାରସୁଗୁଡାରେ ବିଜେଡିର ବିକ୍ଷୋଭ

July 10, 2026

ପ୍ରକାଶ ପାଇଲା ବିଏଡ, ଏମଏଡ ଏବଂ ବିଏଚଏଡ ପ୍ରବେଶିକା ପରୀକ୍ଷା ଫଳ

July 10, 2026
Latest News

ଭାରତ-ଅଷ୍ଟ୍ରେଲିଆ କ୍ରୀଡ଼ା ସହଯୋଗିତା ରୋଡମ୍ୟାପ୍

July 10, 2026

ଏମ୍ସ ଭୁବନେଶ୍ୱରର ଅନନ୍ୟ ସଫଳତା: ୧୦୦ଟି ସଫଳ ରୋବୋଟିକ୍ ଅସ୍ତ୍ରୋପଚାର ସମ୍ପନ୍ନ

July 10, 2026

ପାଲଲହଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ ସହ ଅସ୍ଥାୟୀ କ୍ୟାମ୍ପସ ଉଦଘାଟିତ

July 10, 2026

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ବିରୋଧ କରି ଝାରସୁଗୁଡାରେ ବିଜେଡିର ବିକ୍ଷୋଭ

July 10, 2026

ପ୍ରକାଶ ପାଇଲା ବିଏଡ, ଏମଏଡ ଏବଂ ବିଏଚଏଡ ପ୍ରବେଶିକା ପରୀକ୍ଷା ଫଳ

July 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.