ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ କଲେ ଆତଙ୍କବାଦୀ, ଜଣେ ଯବାନ ସହିଦ

Published: Jul 17, 2022, 4:58 pm IST

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପୁଣି ଥରେ ସୁରକ୍ଷା ବାହିନୀ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜଣେ CRPF ଯବାନ ସହିଦ ହୋଇଛନ୍ତି। ଏହି ଆକ୍ରମଣ ପରେ ସମଗ୍ର ଅଞ୍ଚଳ ସୁରକ୍ଷା ବାହିନୀ ଦ୍ୱାରା ଘେରାବନ୍ଦି କରାଯାଇଛି ଏବଂ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ପୁଲୱାମାର ଗଙ୍ଗୁ ଅଞ୍ଚଳରେ ଆଜି ଆତଙ୍କବାଦୀମାନେ ପୋଲିସ ଉପରେ ଆକ୍ରମଣ କରି CRPF ର ମିଳିତ ନାକା ପାର୍ଟି ଉପରେ ଗୁଳି ଚଳାଇଥିଲେ।

ଏହି ଆକ୍ରମଣରେ CRPF ର ASI ବିନୋଦ କୁମାର ଆହତ ହୋଇଥିଲେ। ବିନୋଦ କୁମାରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ସେତେବେଳକୁ ସେ ସହିଦ ହୋଇଥିଲେ। ଜମ୍ମୁ କାଶ୍ମୀର ପୋଲିସ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛି।

ଜମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ, ଏକ ସେଓ ବଗିଚାରେ ଲୁଚି ରହିଥିବା ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଜବାନମାନେ ପାଲଟା ଆକ୍ରମଣ ଆରମ୍ଭ କରିବା ମାତ୍ରେ ସେମାନେ ଦୌଡି ପଳାଇଥିଲେ। ଉକ୍ତ ଅଞ୍ଚଳର ଚାରି ପାର୍ଶ୍ଵକୁ ସେନା ଘେରି ରହିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଛି।

Related posts