ଦୁର୍ଦ୍ଦାନ୍ତ ଆନ୍ତଜିଲ୍ଲା ଅପରାଧୀ ଛୋଟୁକୁ ଗିରଫ କଲା ବାଣପୁର ପୋଲିସ

Published: Jul 24, 2022, 8:17 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସ ଜଣେ ଦୁର୍ଦ୍ଦାନ୍ତ ଆନ୍ତଜିଲ୍ଲା ଅପରାଧୀକୁ ଗିରଫ କରି କୋର୍ଟଚାଲାଣ କରିଛି। ଅପରାଧୀ ଜଣକ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ମିଞ୍ଚିପାଟଣାର ତ୍ରିପତି ଗୌଡ଼ ଓରଫ ଛୋଟୁ। ବାଣପୁର ଥାନାର ଏକ ଡକାୟତି ଏବଂ ମରଣାନ୍ତକ ଆକ୍ରମଣ ମାମଲାରେ ଜଡ଼ିତ ଥିବା ଏହି ଅଭିଯୁକ୍ତଙ୍କୁ ଦୀର୍ଘ ଦିନ ହେଲା ପୋଲିସ ଖୋଜୁଥିଲା।

ତେବେ ବିଶେଷ ସୂତ୍ରରୁ ଖବର ପାଇ ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳରେ ଚଢ଼ାଉ କରାଯାଇ ଛୋଟୁ କୁ ଗିରଫ କରାଯାଇଛି। ଛୋଟୁଙ୍କ ବିରୋଧରେ ଭୁବନେଶ୍ୱର କମିଶନେରେଟ, ଖୋର୍ଦ୍ଧା, ଗଞ୍ଜାମ ଏବଂ ନୟାଗଡ଼ ଜିଲ୍ଲାରେ ୧୩ ଗୋଟି ମାମଲା ଥିବାର ପୋଲିସ କହିଛି।

Related posts