କୋଟିଏରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର ଜବତ କଲା ଏସଟିଏଫ, ଜଣେ ଗିରଫ

Published: Jul 27, 2022, 8:39 pm IST

ଭୁବନେଶ୍ବର: ବାଲେଶ୍ୱର ଅରଡ଼ା ବଜାର ରେଳ ଲେଭେଲ କ୍ରସିଂଙ୍ଗ ନିକଟରେ ଚଢ଼ାଉ କରି କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ବ୍ରାଉନ ସୁଗାର ବେପାରିଙ୍କୁ ଭୁବନେଶ୍ୱର ଏସଟିଏଫ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବାଲେଶ୍ୱର ଜିଲ୍ଲାଅରଡ଼ ବଜାର ଅଞ୍ଚଳର ଶେଖ ମେଜୁ।

ତାଙ୍କ ନିକଟରୁ ଏସଟିଏଫ ୧ କେଜି ୫୦ ଗ୍ରାମ ବ୍ରାଉନ ସୁଗାର ସହ ନକଦ ୨୮ ହଜାର ୧୦୦ ଟଙ୍କା ଜବତ କରିଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ଏକ କୋଟି ପାଞ୍ଚ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ଏ ସଂକ୍ରାନ୍ତରେ ଏସଟିଏଫ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେଶ ନମ୍ବର ୧୭/୨୨ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ବାଲେଶ୍ୱର ସ୍ୱତନ୍ତ୍ର ଜିଲ୍ଲା ଜଜଙ୍କ ସମ୍ମୁଖରେ ହଜାର କରିଛି।

Related posts