Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଅର୍ପିତାଙ୍କ ଦ୍ୱିତୀୟ ଘରୁ ମଧ୍ୟ ମିଳିଲା ୨୯ କୋଟି ନକଦ ଏବଂ ୫ କିଲୋଗ୍ରାମ ସୁନା
ଅପରାଧ

ଅର୍ପିତାଙ୍କ ଦ୍ୱିତୀୟ ଘରୁ ମଧ୍ୟ ମିଳିଲା ୨୯ କୋଟି ନକଦ ଏବଂ ୫ କିଲୋଗ୍ରାମ ସୁନା

July 28, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

କଲିକତା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ଵାରା ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତି ସ୍କାମ ମାମଲାରେ ତଦନ୍ତ ଜାରି ରହିଛି। ଇଡି ଦ୍ଵାରା ଦ୍ୱାରା ଆଉ ଏକ ବଡ ଧରଣର ଚଢାଉ କରାଯାଇଛି। ନୂତନ ଟ୍ରେଜେରୀରୁ ୨୮ କୋଟି ୯୦ ଲକ୍ଷ ଟଙ୍କା ଏବଂ ପ୍ରାୟ ୫ କିଲୋଗ୍ରାମ ସୁନା ଇଡି ଜବତ କରିଛି। ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କ କଳା ରୋଜଗାରର ରହସ୍ୟର ଦ୍ୱିତୀୟ ଦ୍ୱାର ଖୋଲାଯାଇଛି। ପ୍ରଥମେ ଟଲିଗଞ୍ଜ ଏବଂ ବର୍ତ୍ତମାନ ବେଲଘରିଆ। ଏହା ହେଉଛି ଅର୍ପିତା ମୁଖାର୍ଜୀଙ୍କ ଦ୍ୱିତୀୟ ଫ୍ଲାଟ ଯେଉଁଠାରୁ ଗୋଲାପୀ ନୋଟର ପାହାଡ ଜବତ କରାଯାଇଛି। ନୋଟ୍ ଗୁଡିକ ପ୍ଲାଷ୍ଟିକ୍ ବ୍ୟାଗରେ ରଖାଯାଇଥିଲା।

ଏହି ନଗଦ ଗଣିବା ପାଇଁ ଅନେକ ମେସିନ୍ ବ୍ୟବହାର କରାଯାଇଛି। ଏଠାରୁ ଇଡି ୨୮ କୋଟି ୯୦ ଲକ୍ଷ ନଗଦ ପାଇଥିଲା। ଏହାସହିତ ପ୍ରାୟ ୫ କିଲୋଗ୍ରାମ ସୁନା ମଧ୍ୟ ଜବତ କରାଯାଇଛି। ପଶ୍ଚିମବଙ୍ଗ ଶିକ୍ଷକ ସ୍କାମର ମୂଖ୍ୟ ମାଷ୍ଟର ମାଇଣ୍ଡ ବୋଲି ବିବେଚନା କରାଯାଉଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀ ଇଡି ହେପାଜତରେ ଅଛନ୍ତି।

ଇଡି ପାଇଁ ପାର୍ଥ ଚାଟାର୍ଜୀଙ୍କ ମୁହଁ ଖୋଲିବା କଷ୍ଟସାଧ୍ୟ, କିନ୍ତୁ ଅର୍ପିତା ମୁଖାର୍ଜୀ କ୍ରମାଗତ ଭାବେ କଳା ଟଙ୍କା ର ରହସ୍ୟ ଉନ୍ମୋଚନ କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ମୁଖାର୍ଜୀ କୋଲକାତା ଆଖପାଖରେ ଥିବା ତାଙ୍କ ସମ୍ପତ୍ତି ବିଷୟରେ ଇଡିଙ୍କୁ ସୂଚନା ଦେଇଛନ୍ତି।

ଅର୍ପିତା ମୁଖାର୍ଜୀ ପଶ୍ଚିମବଙ୍ଗ ପାର୍ଥ ଚାଟାର୍ଜୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ସୁନାର ଚମକ କମିଛି ନା ବଢିଛି?: ଜାଣନ୍ତୁ ଆଜିର ରୂପା ମୂଲ୍ୟ

June 2, 2026

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026
Latest News

ସୁନାର ଚମକ କମିଛି ନା ବଢିଛି?: ଜାଣନ୍ତୁ ଆଜିର ରୂପା ମୂଲ୍ୟ

June 2, 2026

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.