Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଚଣ୍ଡେଶ୍ୱର: ବେଆଇନ ମୋରମ ଖଣିରେ ଟାଙ୍ଗୀ ପୋଲିସର ଅତର୍କିତ ଚଢ଼ାଉ, ୭ ଗିରଫ
ଅପରାଧ

ଚଣ୍ଡେଶ୍ୱର: ବେଆଇନ ମୋରମ ଖଣିରେ ଟାଙ୍ଗୀ ପୋଲିସର ଅତର୍କିତ ଚଢ଼ାଉ, ୭ ଗିରଫ

July 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ବେଆଇନ ପଥର ଖଣି ଉପରେ ଚଢ଼ାଓ ଜାରି ରହିଥିବା ବେଳେ ଟାଙ୍ଗୀ ଥାନା ଅଞ୍ଚଳରେ ଏହା ଆହୁରି ଜୋରଦାର ହୋଇଛି। ନୂତନ ଆଇଆଇସି ଦିଗବିଜୟ ବିଶ୍ୱାଳ ଅପରାଧୀଙ୍କ ପ୍ରତି କଠୋର ଆଭିମୁଖ୍ୟ ପାଇଁ ବେଶ ଜଣାଶୁଣା ଥିବା ବେଳେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି।  ଆଇଆଇସି ଶ୍ରୀ ବିଶ୍ୱାଳ ବେଆଇନ ଖଣି ଉପରେ ଅତର୍କିତ ଚଢ଼ାଉ ଜାରି ରଖିଥିବା ବେଳେ ଗତକାଲି ଏକ ବଡ ଧରଣର ଚଢ଼ାଉ କରି ସାତ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।

ସୂଚନା ମୁତାବକ ଜିଲ୍ଲା ପ୍ରଶାସନର ସମସ୍ତ କଟକଣାକୁ ବେଖାତିର କରି ସିପି ଅରୋରା ନାମକ ଏକ ସଂସ୍ଥା ଚଣ୍ଡେଶ୍ୱର ଅଞ୍ଚଳରେ ବେଆଇନ ଭାବେ ମୋରମ ଉତ୍ତୋଳନ କରୁଥିଲା।  ଖବର ପାଇବା ପରେ ଟାଙ୍ଗୀ ପୋଲିସ୍ ସଦଳବଳେ ଚଣ୍ଡେଶ୍ୱରରେ ଥିବା ବେଆଇନ ମୋରମ ଖଣିରେ ଚଢାଉ କରିଥିଲା। ପୋଲିସ୍ ଖଣିରେ ଚଢାଉ କରି ୬ ଗୋଟି ମୋରମ ବୋଝେଇ ହାଇୱା ସହ ଗୋଟିଏ ପୋକଲିନ୍ ( ମାଟି ଖୋଳା ମେସିନ୍) ଜବତ କରିଛି ଏବଂ ୭ ଜଣ ଗାଡି ଚାଳକଙ୍କୁ ଗିରଫ କରିଛି। ଗିରଫ ଗାଡି ଚାଳକ ମାନେ ହେଲେ ଝାଡଖଣ୍ଡ ରାଜ୍ୟ କୋଦରମା ଜିଲ୍ଲାର ବିକାଶ କୁମାର ଯାଦବ (୨୫), ରଘୁବୀର ଯାଦବ (୨୭), ନରେଶ କୁମାର ସିଂ (୨୩), ବିହାର ରାଜ୍ୟ ୱୌରଙ୍ଗାବାଦ୍ ର ଦୁର୍ଗା କୁମାର ଯାଦବ (୨୮), ଉତ୍ତର ପ୍ରଦେଶ ରାଜ୍ୟ ସୋନଭଦ୍ରା ଅଞ୍ଚଳର ଅରବିନ୍ଦ (୨୬), ରାମ ପତି (୩୧) ଏବଂ ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର ଶେଷଦେବ ନାୟକ (୨୮)।

ଏ ସଂକ୍ରାନ୍ତରେ ଟାଙ୍ଗୀ ପୋଲିସ ୩୯୪/୨୨ ରେ ଏକ ମାମଲା ରୁଜୁ କରି ସମସ୍ତ ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି l ଜବତ ଗାଡି ଗୁଡିକ ୧୬ ନଂ ଜାତୀୟ ରାଜପଥ ନିର୍ମାଣରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତ ଠିକା କାମ କରୁଥିବା ସଂସ୍ଥା ସି ପି ଆରୋରା ର ବୋଲି ଜଣା ପଡିଛି। ଅଭିଯୋଗ ମୁତାବକ ବେଆଇନ ଭାବେ ଶହ ଶହ ଟ୍ରକ ମୁଲ୍ୟବାନ ମୋରମ ଚୋରାଇ ନେଉଥିଲା ସି ପି ଆରୋରା ସଂସ୍ଥା। ଫଳରେ ରାଜ୍ୟ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି ହେଉଥିଲା। ତେବେ ଆଇଆଇସି ଙ୍କ ଏପରି କାର୍ଯ୍ୟାନୁଷ୍ଠାନରେ ଖଣି ମାଫିଆଙ୍କ ମନରେ ଛନକା ପଶିଯାଇଛି।

ଚଣ୍ଡେଶ୍ୱର ଟାଙ୍ଗୀ ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026

ବୋମା ବିସ୍ଫୋରଣରେ ଯୁବକ ମୃତ

June 2, 2026
Latest News

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026

ବୋମା ବିସ୍ଫୋରଣରେ ଯୁବକ ମୃତ

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.