Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବଡ଼ ଧରଣର ଗୋ ଚାଲାଣ ଯୋଜନା ପଣ୍ଡ, ବାଲୁଗାଁ ଏସଡିପିଓଙ୍କ ନେତୃତ୍ଵରେ ଶହେରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର
ଅପରାଧ

ବଡ଼ ଧରଣର ଗୋ ଚାଲାଣ ଯୋଜନା ପଣ୍ଡ, ବାଲୁଗାଁ ଏସଡିପିଓଙ୍କ ନେତୃତ୍ଵରେ ଶହେରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର

August 11, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ରକ୍ଷା ବନ୍ଧନରେ ଗୋରୁଙ୍କୁ ଉଦ୍ଧାର କଲା ପୋଲିସ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରୁ ପାଖାପାଖି ଶହେରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର। ଟାଙ୍ଗୀ ଥାନା ଦୀକ୍ଷିତପଡ଼ା ଗ୍ରାମ ଜଙ୍ଗଲରେ ବେଆଇନ ଗୋ ଚାଲାଣ ହେଉଥିବାର ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଗତକାଲି ରାତିରେ ଖବର ପାଇଥିଲେ। ବିଳମ୍ବ ନକରି ଏସଡିପିଓ ତୁରନ୍ତ ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ, କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନା ଓ ଟିମକୁ ନେଇ ସମ୍ପୃକ୍ତ ଅଞ୍ଚଳକୁ ଚଢ଼ାଉ ପାଇଁ ଯାଇଥିଲେ।

ରାତିତମାମ ଅପରେସନ ଜାରି ରହିଥିବା ବେଳେ ପରିଶେଷରେ ଅପରେସନରେ ସଫଳ ହୋଇଥିଲା ପୋଲିସ। ପୋଲିସକୁ ଦେଖି ଗୋ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କିନ୍ତୁ ଏସଡିପିଓ ଉକ୍ତ କାରବାରର କିଙ୍ଗପିନକୁ ଧରିବାରେ ସଫଳ ହୋଇଥିଲେ।

ତେବେ ପାଖାପାଖି ଶହେରୁ ଉର୍ଦ୍ଧ୍ଵ ଗୋରୁଙ୍କୁ ଜବତ କରାଯାଇଛି, ଯାହାଫଳରେ ଏକ ବଡ଼ ଧରଣର ଗୋ ଚାଲାଣକୁ ରୋକିବାରେ ସଫଳ ହୋଇଛି ପୋଲିସ।

ରାତିତମାମ ଏସଡିପିଓଙ୍କ ସମେତ ଆଇଆଇସି ଶ୍ରୀ ବିଶ୍ୱାଳ ଓ ଫାଣ୍ଡି ଅଧିକାରୀ ଶ୍ରୀ ଜେନା ଗୋରୁମାନଙ୍କୁ ଉକ୍ତ ଜଙ୍ଗଲରେ ଜଗି ରହିଥିବା ବେଳେ ଖବର ପାଇ ଧୀରେ ଧୀରେ ସମ୍ପୃକ୍ତ ଅଞ୍ଚଳକୁ ବିଭିନ୍ନ ଧାର୍ମିକ ଓ ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କ ସୁଅ ଛୁଟୁଛି।

ତେବେ ଏତେ ପରିମାଣର ଗୋରୁ ଙ୍କୁ ଉଦ୍ଧାର କରି ସମସ୍ତଙ୍କ ପ୍ରଶଂସାର ପ୍ରିୟପାତ୍ର ହୋଇଛି ପୋଲିସ। ଗହ୍ମା ପୂର୍ଣ୍ଣିମା ପରି ପବିତ୍ର ଦିବସରେ ସାରା ରାତି ଉଜାଗର ରହି ଗୋରୁଙ୍କୁ ଉଦ୍ଧାର କରିଥିବାରୁ ଆରଏସଏସ, ଭିଏଚପି, ଏବିଭିପି ଏବଂ ଅନ୍ୟ ସାମାଜିକ ସଂଗଠନ ବାଲୁଗାଁ ଏସଡିପିଓ ଓ ଟିମକୁ କୃତଜ୍ଞତା ଜ୍ଞାପନ କରିଛନ୍ତି। କିନ୍ତୁ ଦୁଃଖର ବିଷୟ ପୋଲିସ ଉଦ୍ଧାର କରୁଥିବା ଗୋରୁଙ୍କ ଥଇଥାନ ପାଇଁ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନାହିଁ, ଯାହା ଫଳରେ ପୋଲିସକୁ ଉଦ୍ଧାର ଗୋରୁଙ୍କ ଥଇଥାନ ପାଇଁ ନାକେଦମ ହେବାକୁ ପଡୁଛି।

ଗୋରୁ ଉଦ୍ଧାର ବାଲୁଗାଁ ଏସଡ଼ିପିଓ
Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026
Latest News

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.