ସୋମାଲିଆରେ ୨୬/୧୧ ପରି ଆକ୍ରମଣ, ୧୩ ଘଣ୍ଟା ଧରି ହୋଟେଲକୁ ଆତଙ୍କବାଦୀଙ୍କ ଦ୍ଵାରା କବ୍ଜା, ୧୫ ମୃତ

Published: Aug 20, 2022, 10:57 am IST

ନୂଆଦିଲ୍ଲୀ: ସୋମାଲିଆର ମୋହାଦିଶୁରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଠାରେ ଅଲ-ଶବାବର ବନ୍ଧୁକଧାରୀମାନେ ଏକ ହୋଟେଲ ଉପରେ ଆକ୍ରମଣ କରିଛନ୍ତି। ହୋଟେଲର ମାଲିକଙ୍କ ସମେତ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଅନେକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଲ-କାଏଦା ସହ ଜଡିତ ଅଲ-ଶବାବ ଗୋଷ୍ଠୀ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି।

ଗଣମାଧ୍ୟମକୁ ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ଆତଙ୍କବାଦୀମାନେ ହୋଟେଲ ହାଇଟ୍ ଭିତରକୁ ପ୍ରବେଶ କରି ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହି ସମୟ ମଧ୍ୟରେ ୨ ଟି ବିସ୍ଫୋରଣ ହୋଇଥିଲା। ୧୩ ଘଣ୍ଟା ପରେ ମଧ୍ୟ ଏହି ଏନକାଉଣ୍ଟର ଚାଲିଛି ଏବଂ ଆତଙ୍କବାଦୀମାନେ ହୋଟେଲକୁ କାବୁ କରି ନେଇଛନ୍ତି। ଏହା ମଧ୍ୟ କୁହାଯାଇଛି ଯେ, ଏହି ବନ୍ଧୁକଧାରୀମାନେ ହାଇଟ୍ ହୋଟେଲରେ ପ୍ରବେଶ କରିବାର ପ୍ରାୟ ଏକ ମିନିଟ୍ ପୂର୍ବରୁ ସେଠାରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା।

ହାଇଟ୍ ହୋଟେଲ ଉପରେ ଅଲ-ଶବାବ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୧୫ କୁ ବୃଦ୍ଧି ପାଇଛି। ତେବେ ସରକାର ଏପର୍ଯ୍ୟନ୍ତ ତଥ୍ୟ ଉପସ୍ଥାପନ କରିନାହାଁନ୍ତି। ଏହି ଆକ୍ରମଣରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟବସାୟୀ, ଧର୍ମଗୁରୁ, ସରକାରୀ କର୍ମଚାରୀଙ୍କ ପରିଚୟ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡିଛି।

Related posts